Indus Valley Times

ଯାଜପୁର ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଜନସ୍ୱାସ୍ଥ୍ୟ ପରିଚାଳନାର କଲେ ସମୀକ୍ଷା

 Breaking News

ଯାଜପୁର ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଜନସ୍ୱାସ୍ଥ୍ୟ ପରିଚାଳନାର କଲେ ସମୀକ୍ଷା

August 06
20:50 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୬/୮: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତରେ ଆସି ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଜନସ୍ୱାସ୍ଥ୍ୟ ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।
ଗସ୍ତ ଅବସରରେ ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ମା’–ଶିଶୁ ୱାର୍ଡ ଏବଂ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ। ସେଠାରେ ବନ୍ୟା ସମୟରେ ଉଦ୍ଧାର କରାଯାଇଥିବା ଗର୍ଭବତୀ ମା’ମାନଙ୍କ ସମେତ ଚିକିତ୍ସାଧୀନ ଅନ୍ୟ ରୋଗୀମାନଙ୍କ ସହ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ସମ୍ପର୍କରେ ସିଧାସଳଖ ପଚାରି ବୁଝିଥିଲେ।
ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ।
ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ବନ୍ୟା ଜଳ ଅପସାରଣ ପରେ ଝାଡ଼ାବାନ୍ତି (ଡାଇରିଆ), କଲେରା, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ଜଳ ଓ ବାହକବାହିତ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥାଏ।
ଏହି ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତ ଭାବେ \’ଆଗୁଆ ଯୋଜନା\’ ଏବଂ \’ବିସ୍ତୃତ ଯୋଜନା\’ ଆଧାରରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ ବନ୍ୟା ସମୟରେ ୬୦ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୪୭ ଜଣ ସୁସ୍ଥ ମାତୃତ୍ୱ ଲାଭ କରିସାରିଥିବା ବେଳେ ୪୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ଏହାସହିତ ବନ୍ୟା ସମୟରେ ସର୍ପାଘାତ (Snakebite) ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) ସ୍ତର ପର‌୍ୟ୍ୟନ୍ତ ଆଣ୍ଟି-ସ୍ନେକ୍ ଭେନମ୍ (ASV) ଇଞ୍ଜେକସନ ଯୋଗାଇ ଦିଆଯାଇଛି।
ବର୍ଷା ଛାଡ଼ିବା ପରେ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ କମ୍ୟୁନିଟି ମେଡିସିନ ବିଭାଗ ଓ ଏପିଡେମିଓଲୋଜିଷ୍ଟମାନେ ସକ୍ରିୟ ଭାବେ କ୍ଷେତ୍ରସ୍ତରରେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ପ୍ରଭାବିତ ଅଂଚଳ ରେ ଷ୍ଟପ ଡାଇରିଆ ଅଭିଯାନ ସକ୍ରିୟ ଭାବେ କାର୍ଯ୍ୟ କରିବା ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଘରେ ଘରେ ସଚେତନତା ସୃଷ୍ଟି ପାନୀୟ ଜଳ ଫୁଟାଇ ପିଇବା,ଜଳ ଉତ୍ସ ଗୁଡିକର ନିୟମିତ ବିଶୋଧନ ଆବଶ୍ୟକୀୟ ଔଷଧ ର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିବା ସହ ମେଡିକାଲ ଟିମ କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ପାନୀୟ ଜଳର ଗୁଣବତ୍ତା କ୍ରମାଗତ ଭାବେ ଯାଞ୍ଚ କରିବା, ୩,୦୦୦ରୁ ଅଧିକ ନଳକୂପ ଓ ଜଳ ଉତ୍ସଗୁଡ଼ିକର ନିୟମିତ ବିଶୋଧନ (Chlorination) କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜନ ଜୀବନର ସୁରକ୍ଷା ଏବଂ ସମ୍ମାନର ସହିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍, ଉଦ୍ଧାର କାର୍ଯ୍ୟ, ମେଡିକାଲ୍ ଟିମ୍ ନିୟୋଜନ, ହାଲୋଜେନ ବଟିକା, ORS ବଣ୍ଟନ ଏବଂ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ରବୀନ୍ଦ୍ର ନାଥ ମିଶ୍ର, ସ୍ୱତନ୍ତ୍ର ସଚିବ, ଜନସ୍ୱାସ୍ଥ୍ୟ ଡଃ ବିଜୟ କୁମାର ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ, ଡଃ ସୁବାଶିଷ ମହାନ୍ତି, , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ((CDM & PHO) ଡା.ନଗେନ୍ଦ୍ର ନାଥ ମହାପାତ୍ର,ଏଡିଏମଓ ଡା ରମେଶ ଚନ୍ଦ୍ର ମଲ୍ଲିକ,ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ଅଧିକାରୀ କ୍ଷେତ୍ରୀୟ ଅଧିକାରୀ ଏବଂ ଡାକ୍ତରମାନେ ଉପସ୍ଥିତ ଥିଲେ।
ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930