Indus Valley Times

ଯାଜପୁର : ବେସାହାରା ପରିବାରକୁ ସାହାଯ୍ୟ ର ହାତ ବଢ଼ାଇଲେ ମନ୍ତ୍ରୀ ପ୍ରୀତିରଞ୍ଜନ

 Breaking News

ଯାଜପୁର : ବେସାହାରା ପରିବାରକୁ ସାହାଯ୍ୟ ର ହାତ ବଢ଼ାଇଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ବେସାହାରା ପରିବାରକୁ ସାହାଯ୍ୟ ର ହାତ ବଢ଼ାଇଲେ ମନ୍ତ୍ରୀ ପ୍ରୀତିରଞ୍ଜନ
September 14
22:39 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୪/୯ :ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ବାପାଙ୍କୁ ହରାଇ ଥିଲେ । ଏବେ ମାଙ୍କୁ ହରାଇ ଦେଲେ । ବାପା ଯିବାର ଦୁଃଖକୁ ସହିବାକୁ ସାହସ ଜୁଟାଉଥିଲେ ତିନି ଭଉଣୀ ଓ ଗୋଟିଏ ଭାଇ ।
ସହାରା ଥିଲେ ମା । ମା ପଣତକୁ ସହାରା କରି ବଞ୍ଚିଯିବାର ଆଶା ବାନ୍ଧିଥିବା ପିଲାମାନଙ୍କ ଉପରୁ ମାର ଆଶା, ଭରସା ଓ ବିଶ୍ୱାସର ପଣତ କାନୀ ବି ଚାଲିଗଲା ବହୁ ଦୂରକୁ । ଯେଉଁଠାରୁ ଆଉ ଫେରିବାର ନାହିଁ ।
ବାପା ମା ଉଭୟ ଯେମିତି ନିଜ ଜନ୍ମିତ ୪ ପିଲାଙ୍କୁ ପର କରି ଡ଼କା ଡକି ହୋଇ ଚାଲିଗଲେ । ଦୁଃଖର ପାହାଡ଼ ଛିଣ୍ଡି ପଡିଲା ୪ ପିଲାଙ୍କ ଉପରେ । ବେସାହାରା ହୋଇଗଲେ ପିଲାମାନେ । ଗରିବ ଖଟିଖିଆ ପରିବାରର ଏହି ପିଲା କରିବେ କଣ, ବଞ୍ଚିବେ କେମିତି ଏହି ଚିନ୍ତା ଘାରିଥିଲା ଗ୍ରାମବାସୀଙ୍କୁ ।
ନିଜ ଭିନ୍ନ ରାଜନୀତି ସହିତ ଦୁଃଖିଙ୍କ ଦୁଃଖ ସମୟରେ ଭରସା ଓ ବିଶ୍ୱାସର ନିଜ ମଣିଷ ହୋଇ ଛିଡା ହେଉଥିବା ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନିକଟରେ ଖବର ପହଞ୍ଚିଲା । ଖବର ପାଇ ପରିବାର ନିକଟରେ ଆଜି ପହଞ୍ଚିଥିଲେ ମନ୍ତ୍ରୀ ଇଂ ଘଡାଇ ।
ପିଲାମାନଙ୍କ ସହିତ ସେମାନଙ୍କ ଘରେ ବସି ଆଲୋଚନା କରିଥିଲେ । ଆଉ ଦୁଃଖର ପାହାଡ଼ ଉପରେ ବସିଥିବା ଚାରି ପିଲାଙ୍କୁ ଭରସା ଓ ବିଶ୍ୱାସର ହାତ ବଢ଼ାଇଛନ୍ତି । ଏହି ଘଟଣା ଘଟିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ଭିରାଗଡିଆ ପଞ୍ଚାୟତ ଟିକର ସାହିର କାଳିଆ ମଲିକଙ୍କ ପରିବାରରେ ।
ପିଲାମାନଙ୍କୁ ଭେଟିବା ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତୁରନ୍ତ ଆର୍ଥିକ ସହାୟତା ଦେଇଛନ୍ତି। ଭାଇ, ଭଉଣୀମାନଙ୍କ ରହିବା,ଖାଇବା ଓ ପାଠପଢ଼ାର ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ମୃତ କାଳିଆଙ୍କ ବଡ଼ ଝିଅ ମାନସୀଙ୍କୁ ୨୦ ବର୍ଷ, ଦ୍ଵିତୀୟ ଝିଅ କୁନିଙ୍କୁ ୧୬ ବର୍ଷ, ତୃତୀୟ ଝିଅ ସୁନିକୁ ୧୪ ବର୍ଷ ସେ ନିଜ ପିଉସୀ ଘରେ ରହି ପାଠ ପଢୁଥିଲା ବେଳେ ଏକମାତ୍ର ପୁଅ ସୁକାନ୍ତକୁ ୧୧ ବର୍ଷ ହୋଇଥିଲା ବେଳେ ସେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛି ।
ଏ ନେଇ ମନ୍ତ୍ରୀ ଇଂ ଘଡାଇ କୁହନ୍ତି ଭଗବାନ ଏହି ପିଲାମାନଙ୍କ ଉପରୁ ବାପା ମାଙ୍କ ହାତ ଛଡାଇ ନେଇଛନ୍ତି । ଏ ଭଳି ସମୟରେ ସେମାନଙ୍କୁ ସହାୟତା କରିବା କେବଳ ମୋର ନୁହେଁ ସମସ୍ତଙ୍କ କର୍ତ୍ତବ୍ୟ । ଆଗାମୀ ଦିନରେ ସେମାନେ କିଭଳି ମଣିଷ ହେବେ ସେ ଦାୟିତ୍ୱ ମୁଁ ନିଜ ମୁଣ୍ଡକୁ ନେଇଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031