Indus Valley Times

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 Breaking News

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
June 19
18:58 2026

ରାଇରଙ୍ଗପୁର/ଓଡ଼ି଼ିଶା, ୧୯/୬ : ମୟୂରଭଞ୍ଜ ମାଟିରେ ସୃଷ୍ଟି ହେବାକୁ ଯାଉଛି ଏକ ଐତିହାସିକ ମୁହୂର୍ତ୍ତ। ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ପ୍ରତିକୂଳ ପାଗ ଯୋଗୁଁ ଆକାଶ ପଥରେ ନ ଆସି ସେ ସଡ଼କ ପଥରେ ରାଇରଙ୍ଗପୁରରେ ପହଞ୍ଚିଥିଲେ। ତାଙ୍କ ଆଗମନକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଏହି ଗସ୍ତର ସବୁଠାରୁ ବଡ଼ ଆକର୍ଷଣ ହେଉଛି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୟୂରଭଞ୍ଜ ଆସୁଛନ୍ତି। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ତାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗସ୍ତରେ ଆସୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡ଼ପୁରକୁ ସୁନ୍ଦର ଭାବେ ସଜାଯାଇଛି। ସୂଚନା ଅନୁସାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରଥମେ ଆଦିବାସୀ ସମାଜର ଆସ୍ଥାର କେନ୍ଦ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିବେ। ପରେ ସାନ୍ତାଳୀ ଓ ହୋ-ମୁଣ୍ଡା ଜାହିରା ପୀଠ ଦର୍ଶନ କରିବେ। ଏହାପରେ ଦୁହେଁ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ ନେଇ ଚାକିରି ପାଇଥିବା ଯୁବକଯୁବତୀଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ନିଜ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍ ମେମୋରିଆଲ୍ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930