Indus Valley Times

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

 Breaking News

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
September 25
12:11 2024

ରାଉରକେଲା,୨୫/୯: ସପ୍ତାହେ ନ ପୁରୁଣୁ ଇସ୍ପାତ ନଗରୀ ରାଉଲକେଲାରୁ ପୁଣି ଏକ ଗଣ ଦୁଷ୍କର୍ମର ଖବର ଆସିଛି । ପୁଣି ଜଣେ ନାବାଳିକା ସହିତ ଘଟିଛି ଲଜ୍ଜାଜନକ ଘଟଣା । ଏ ନେଇ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ । ସେଠାରେ ଖାଇଲେ ପିଇଲେ ଏବଂ ବାହାରିଥିଲେ ।
ଏହା ପରେ ୨ ଜଣ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ନେଇ ଆସିଥିଲେ । ସେଠାରେ ଆହୁରି କିଛି ଯୁବକ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ନାବାଳିକା ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ନେଇ ରଘୁନାଥପାଲି ଥାନାରେ ନାବାଳିକାର ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଅଟକ ରଖି ଜେରା ଆରମ୍ଭ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୧ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଅଞ୍ଚଳରେ ୨ ଜଣ ନାବାଳିକାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଏ ଯାଏ ଜଣକୁ ବି ଗିରଫ କରିପାରି ନାହିଁ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30