Indus Valley Times

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ମେୟର

 Breaking News

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ମେୟର

ରାଜଧାନୀକୁ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ମେୟର
August 31
17:20 2024

ଭୁବନେଶ୍ୱର,୩୧/୮: ରାଜଧାନୀବାସୀଙ୍କୁ ଅନୁରୋଧ କଲେ ମେୟର ସୁଲୋଚନା ଦାସ। ଚିକେନ ନ ଖାଇବାକୁ ଅନୁରୋଧ କଲେ ସୁଲୋଚନା। ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସେ ଏପରି କହିଛନ୍ତି। ସେ କହିଛନ୍ତି, କିଛିଦିନ ରାଜଧାନବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ କରୁଛି। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।
ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଯାଇଛି। ଭୁବନେଶ୍ବର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ କୁକୁଡ଼ା ମାଂସ ଦୋକାନୀମାନେ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ପରାମର୍ଶ ଦେଇଛନ୍ତି। ଏହି ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥିତ୍ବାରୁ ସଂପ୍ରତି ଯେଉଁ କୁକୁଡ଼ା ବା ପକ୍ଷୀ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଥିଲେ କିମ୍ବା ମୃତ୍ୟୁ ହେଉଥିଲା ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କମିଶନର କହିଛନ୍ତି।
ସେହିପରି ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ପକ୍ଷୀଙ୍କୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିଦେବା ସହ ତା’ ଉପରେ ବ୍ଲିଚିଂ ସିଞ୍ଚନ କରିବା ସହ ଏହି କାର‌୍ୟ୍ୟ କରିବା ସମୟରେ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧିବା ଉପରେ କମିଶନର ଗୁରୁତ୍ୱାରୋପ କରିଛନ୍ତି। ଯଦି ଏହି କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ବୋଲି ସେ କହିଛନ୍ତି। ବିଏମ୍‌ସି ଅଧିକାରୀ ବା ସାଇନ୍ ଟିମ୍ ପରିଦର୍ଶନରେ ଯିବା ସମୟରେ ଠିକ୍ ତଥ୍ୟ ପ୍ରଦାନ କରି ଭୁବନେଶ୍ବରକୁ ବାର୍ଡ ଫ୍ଲୁ ମୁକ୍ତ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30