Indus Valley Times

ରାଜଧାନୀରୁ ଶିଶୁ ଅପହରଣ ମାମଲା, ମିଳିଲା ଅପହୃତ ଶିଶୁର ସନ୍ଧାନ

 Breaking News

ରାଜଧାନୀରୁ ଶିଶୁ ଅପହରଣ ମାମଲା, ମିଳିଲା ଅପହୃତ ଶିଶୁର ସନ୍ଧାନ

ରାଜଧାନୀରୁ ଶିଶୁ ଅପହରଣ ମାମଲା, ମିଳିଲା ଅପହୃତ ଶିଶୁର ସନ୍ଧାନ
December 20
10:57 2023

ଭୁବନେଶ୍ୱର,୨୦/୧୨ : ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଗତକାଲି ଅପହୃତ ହୋଇଥିବା ବର୍ଷକର ଶିଶୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପାରିବାରିକ କଳହରୁ ଶିଶୁକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ। ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଖୋଳତାଡ଼ କରି ଶିଶୁଟିକୁ ଉଦ୍ଧାର କରିଛି।
ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ କାରଣ ପାଇଁ ପାରିବାରିକ କଳହ ଲାଗିଥିଲା, କେଉଁଥି ପାଇଁ ପିଲାଟିକୁ ସର୍ମ୍ପକୀୟ ମାନେ ଅପହରଣ କରିନେଇଥିଲେ ପୁଲିସ ତାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031