Indus Valley Times

ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍‌!

 Breaking News

ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍‌!

ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍‌!
November 27
17:55 2024

ଭୁବନେଶ୍ୱର, ୨୭/୧୧ : ରାଜଧାନୀ ଭୁବନେଶ୍ୱରରେ ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଆସିଛି ଅଭିଯୋଗ । ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ତେବେ ପୁଲିସ ମାମଲାର ତଦନ୍ତ କରି ଶିଶୁଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିହାରର ଶୁବୋଧ ଶର୍ମା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ତାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି । ପ୍ରଥମ ସ୍ତ୍ରୀର ଏକ ୪ ବର୍ଷର ଝିଅ ଅଛି । ସେ ଦ୍ୱିତୀୟ ବିବାହ କରିବା ପରେ ନିଜ ଝିଅ ଏବଂ ଦ୍ୱିତୀୟ ସ୍ତ୍ରୀକୁ ନେଇ ଭୁବନେଶ୍ୱର ପଳାଇ ଆସିଥିଲେ । ଦ୍ୱିତୀୟ ସ୍ତ୍ରୀ ଝିଅକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସେ ଝିଅକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।
ସେ ନିଜର ୪ ବର୍ଷର ପିଲାକୁ ମାତ୍ର ୪୦ ହଜାର ଟଙ୍କାରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କସରଦା ଅଞ୍ଚଳରେ ଜଣେ ଦମ୍ପତ୍ତିକୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି । ଶୁବୋଧ ଭଡ଼ାରେ ରହୁଥିବା ଘରର ମାଲିକ ଝିଅକୁ ନ ଦେଖିବାରୁ ତାଙ୍କୁ ପଚରା ଉଚରା କରିଥିଲେ । ମାତ୍ର ସେ ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ । ମାତ୍ର ଘର ମାଲିକ ସନ୍ଦେହ ପ୍ରକାଶ କରି ବଡ଼ଗଡ଼ ଥାନା ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ବାପା ଏବଂ ସାବତ ମାଆ ଝିଅକୁ ବିକ୍ରି କରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲେ । ତେବେ ଏହି ମାମଲାରେ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛି ପୁଲିସ । ଏହା ସହିତ ୬ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଦୁଇ ଜଣ ମହିଳା ମଧ୍ୟସ୍ଥି ସାଜି ଶିଶୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ଅନ୍ତର୍ଗତ ଲାଠୋର ଥାନା ସାନଗୁର୍ଜିଭଟା ଗ୍ରାମରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏଏନଏମ କର୍ମଚାରୀ ମମତା ଭୋଇଙ୍କୁ ଗିରଫ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ଗ୍ରାଉଣ୍ଡକୁ ଯାଇ ମାମଲାର ଅନୁଧ୍ୟାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930