Indus Valley Times

ରାଜ୍ୟର ବିଭିନ୍ନ ସ୍ଥାନକୁ କାଳବୈଶାଖୀର ଆଲର୍ଟ, ୬ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା

 Breaking News

ରାଜ୍ୟର ବିଭିନ୍ନ ସ୍ଥାନକୁ କାଳବୈଶାଖୀର ଆଲର୍ଟ, ୬ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନକୁ କାଳବୈଶାଖୀର ଆଲର୍ଟ, ୬ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା
April 20
11:24 2025

ଭୁବନେଶ୍ୱର,୨୦/୪: କାଳବୈଶାଖୀ ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା Heavy rain in Odisha କାଳବୈଶାଖୀ ହେବା ନେଇ ସତର୍କ କରାଇଛି ବିଭାଗ। ତେବେ ଆଜି ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ ପବନ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
Heavy rain in Odisha: କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର , ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ଝଡ ପବନ ସହ ଘଡଘଡି ବିଜୁଳି ଓ କୁଆପଥର ବର୍ଷା ପାଇଁ ଓରେଞ୍ଜ ଆଲର୍ଟ ଜାରି କରାଯାଇଛି।
ପଶ୍ଚିମ ଓଡ଼ିଶାକୁ ବାଦ ଦେଲେ ଅନ୍ୟ ସମସ୍ତ ଜିଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବିଶେଷକରି ୧୩ଟି ଜିଲା ପାଇଁ ଜାରି ହୋଇଛି ସତର୍କତା ।
Heavy rain in Odisha: ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲା ଗୁଡିକ ଭିତରେ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୂଆପଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଛି। ଏହିସବୁ ଜିଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟାହ୍ନ/ସଂଧ୍ୟା ସମୟରେ ଘଡଘଡି ବର୍ଷା ସହ କୁଆପଥର ସହ ଝଟକା ପବନର ବେଗ ୪୦ରୁ ୫୦ କିଲୋମିଟର ଘଣ୍ଟା ପିଛା ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930