Indus Valley Times

ଲୋକକଳା ମଞ୍ଚରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଜିମାତ୍ : ସାଂସ୍କୃତିକ ପରିଚୟକୁ ମିଳିଲା ନୂଆ ଗୌରବ

 Breaking News

ଲୋକକଳା ମଞ୍ଚରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଜିମାତ୍ : ସାଂସ୍କୃତିକ ପରିଚୟକୁ ମିଳିଲା ନୂଆ ଗୌରବ

ଲୋକକଳା ମଞ୍ଚରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ବାଜିମାତ୍ : ସାଂସ୍କୃତିକ ପରିଚୟକୁ ମିଳିଲା ନୂଆ ଗୌରବ
October 31
22:21 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୩୧/୧୦ : ପାଠପଢ଼ା ସହ ସାଂସ୍କୃତିକ ପ୍ରତିଭାର ପ୍ରଦର୍ଶନରେ ମଧ୍ୟ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ। ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପରିସରରେ ଆୟୋଜିତ ଲୋକନୃତ୍ୟ ଓ ଲୋକଗୀତ ପ୍ରତିଯୋଗିତାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରି ନିଜ ଅନୁଷ୍ଠାନ ସହ ବାଲିଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
କନ୍ଧମାଳର ଆଦିବାସୀ ପରମ୍ପରା, ଲୋକଜୀବନ ଓ ସମୃଦ୍ଧ ସଂସ୍କୃତିର ଝଲକକୁ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟ ର ପ୍ରତିଯୋଗୀମାନେ।
ସେମାନଙ୍କର ଆକର୍ଷଣୀୟ ପରିବେଷଣ ଓ କଳାତ୍ମକ ଦକ୍ଷତା ବିଚାରକଙ୍କୁ ପ୍ରଭାବିତ କରିବା ସହ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ହାସଲ କରିବାରେ ସହାୟକ ହୋଇଥିଲା।
ଏହି ସଫଳତାକୁ ନେଇ ମହାବିଦ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିବାବେଳେ ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର‌୍ୟ୍ୟ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଏହି ସଫଳତା ପଛରେ ରହିଥିବା ଅଧ୍ୟାପକ, ଅଧ୍ୟାପିକା ଓ ମାର୍ଗଦର୍ଶକ ମାନଙ୍କ ନିଷ୍ଠାପର ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। କେବଳ ପାଠ୍ୟକ୍ରମ ମଧ୍ୟରେ ଛାତ୍ରଜୀବନ ସୀମିତ ନରହି କଳା, ସଂସ୍କୃତି, ସଙ୍ଗୀତ ଓ କ୍ରୀଡ଼ା ଭଳି କ୍ଷେତ୍ରରେ ମଧ୍ୟ ଯୁବପିଢ଼ି ନିଜ ପ୍ରତିଭାର ବିକାଶ କରିବା ଜରୁରୀ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି।
ଆଗାମୀ ଦିନରେ ମଧ୍ୟ ମହାବିଦ୍ୟାଳୟ ଏଭଳି ସଫଳତାର ଧାରା ବଜାୟ ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ର ଏହି ସଫଳତା କେବଳ ଏକ ପ୍ରତିଯୋଗିତାର ବିଜୟ ନୁହେଁ, ବରଂ କନ୍ଧମାଳର ଆଦିବାସୀ ଲୋକକଳା ଓ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଏକ ଉଲ୍ଲେଖନୀୟ ଉପଲବ୍ଧି ଭାବେ ବିବେଚିତ ହୋଇଛି।
ତିନିଦିନର ଲଗାଣ ବର୍ଷା ପରେ ପାଣିପାଗରେ ଅଚାନକ ପରିବର୍ତ୍ତନ, ପ୍ରବଳ ବର୍ଷା ପରେ ବଦଳିଲା ପାଗ
ବାଲିଗୁଡ଼ା, ୩୧/୧୦ : ତିନିଦିନ ଧରି ଲଗାଣ ବର୍ଷା, ବନ୍ୟା ଓ ବାତ୍ୟାର ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା କନ୍ଧମାଳ ଜିଲ୍ଲାର ପାଗରେ ଶନିବାର ଅଚାନକ ପରିବର୍ତ୍ତନ ଦେଖାଦେଇଛି।
ବାଲିଗୁଡ଼ା ଅଞ୍ଚଳରେ ଶନିବାର ପ୍ରତ୍ୟୁଷରୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ସକାଳ ବଢ଼ିବା ସହ କୁହୁଡ଼ି ଧୀରେ ଧୀରେ ହଟିଯାଇଥିଲା। ଏହାପରେ ଦିନ ତମାମ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହୋଇଥିଲା। ଗତ କିଛିଦିନ ଧରି ମେଘୁଆ ପାଗ, ଝିପିଝିପି ବର୍ଷା ଓ ଥଣ୍ଡା ପବନ ଯୋଗୁଁ ଅଞ୍ଚଳରେ ଶୀତଳ ପରିବେଶ ରହିଥିଲା।
ମାତ୍ର ଶନିବାର ସକାଳୁ ପାଗର ଏଭଳି ଅପ୍ରତ୍ୟାଶିତ ପରିବର୍ତ୍ତନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସକାଳେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଦୃଶ୍ୟମାନତା କମିଯାଇଥିବାବେଳେ ଯାନବାହନ ଚାଳକମାନେ ସତର୍କତାର ସହ ଯାତାୟାତ କରୁଥିବା ଦେଖାଯାଇଥିଲା।
ବିଶେଷକରି ସକାଳୁ ଯାତାୟାତ କରୁଥିବା ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକମାନେ ହେଡ୍‌ଲାଇଟ୍ ଜଳାଇ ଧୀର ଗତିରେ ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଦିନବେଳା ପ୍ରଖର ସୂର୍ଯ୍ୟକିରଣ ଓ ଗରମ ଯୋଗୁଁ ଲୋକଙ୍କୁ ପୁଣି ଗ୍ରୀଷ୍ମ ଋତୁର ଅନୁଭୂତି ହୋଇଥିଲା।
ତିନିଦିନର ବର୍ଷା ଓ ବାତ୍ୟା ପରବର୍ତ୍ତୀ ସମୟରେ ଗୋଟିଏ ଦିନରେ କୁହୁଡ଼ି, ଖରା ଓ ଗରମର ଏଭଳି ପରିବର୍ତ୍ତିତ ରୂପ ବାଲିଗୁଡ଼ାବାସୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30