Indus Valley Times

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ

 Breaking News

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ
July 25
10:53 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୭; ବୌଦ୍ଧ ଜିଲ୍ଲା ଆମ୍ବଝରି ପଞ୍ଚାୟତର ଆମ୍ବଝରି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଥିବା ବେଳେ ୧୫୧ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । କିନ୍ତୁ ଦୁଃଖର ବିଷୟଏକ ବର୍ଷ ରୁ ଅଧିକ ସମୟ ହେବ ୬ ଜଣ ଶିକ୍ଷକଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେଶନ ରେ ଅନ୍ୟତ୍ର ବଦଳି କରାଯାଇଛି ।
ଗ୍ରାମବାସୀ ଏବଂ ପ୍ରଧାନ ଶିକ୍ଷକ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସମାଧାନ କରିନଥିବା ହେତୁ ଆଜି ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀ ମାନେ ସ୍କୁଲ ଗେଟ ରେ ତାଲା ପକାଇ ଧାରଣା ବସିଥିଲେ ।
ଖବର ପାଇ ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଗଙ୍ଗାଧର ସାହୁ ସ୍କୁଲ ରେ ପହଞ୍ଚି ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ତାଲା ଖୋଲିଥିଲେ । ବିଦ୍ୟାଳୟରେ ୧୨୦ ଜଣ ବାଳିକା ବିଦ୍ୟାର୍ଥୀ ଥିବା ହେତୁ ଜଣେ ମହିଳା ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ହେବ ସ୍ୱାଧୀନତା ଦିବସ ପ୍ୟାରେଡ
ବୌଦ୍ଧ,୨୫/୭: ବୌଦ୍ଧଜିଲ୍ଲା ସଦର ମହକୁମା ଠାରେ ୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଧୀନତା ଦିବସ ଉତ୍ସବର ପାରମ୍ପରିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରାମଧୁନ , ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରି , ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ଓ ମୁଖ୍ୟଅତିଥିଙ୍କ ଦ୍ୱାରା ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥିଙ୍କ ଦ୍ୱାରା ସକାଳ ୯.୧୫ ରେ ଷ୍ଟାଡିୟମ ଠାରେ ଜାତୀୟ ପତାତା ଉତ୍ତୋଳନ କରାଯିବ ।
ଜିଲ୍ଲା ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ପ୍ୟାରେଡ ଓ ଶାରିରୀକ କ୍ରିଡା କୌଶଳ ପ୍ରଦର୍ଶନ ସହିତ ରକ୍ତଦାତା ପ୍ରବର୍ତକ ସଂଘ ଓ ବିଭନ୍ନ ସଂଘ ପକ୍ଷରୁ ରକ୍ତଦାନ ଶିବିର, ସିଦ୍ଧାର୍ଥ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠତ୍ସୋବ, ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, କୁଷ୍ଟାଶ୍ରମ ଓ ସ୍ୱତନ୍ତ୍ର ଉପକାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯିବ ।
ସନ୍ଧ୍ୟାରେ ଟାଉନହଲଠାରେ କୌତୁକ ବେଶପୋଷାକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ସ୍ୱାଧୀନତା ଦିବସ ଉତ୍ସବ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ, ଓଡିଆରେ ବକ୍ତୃତା , ଯୋଗାସନ , ଚିତ୍ରାଙ୍କନ , ଦେଶାତ୍ମବୋଧକ ସଙ୍ଗିତ , କବିତା ଆବୃତି , ସ୍ୱାଧନୀତା ସଂଗ୍ରାମର ଇଚ୍ଛିହାସକୁ ନେଇ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ପ୍ୟାରେଡ ପଡିଆର ପ୍ରସ୍ତୁତି ଓ ସାଜସଜ୍ଜା ପୂର୍ବରୁ ଦାୟିତ୍ୱ ତୁଲାଇ ଆସୁଥିବା ସରକାରୀ ବିଭାଗ ଗୁଡିକ ପକ୍ଷରୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅନ୍ୟାମନଙ୍କ ମଧ୍ୟରେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଏସଡିପିଓ କୁଲଦୀପ ମିନା, ରିଜର୍ଭ ଇନିସପେକଟର କୂଳମଣୀ ଗିରି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର , ସମସ୍ତ ଜିଲ୍‌ଲା ସ୍ତରୀୟ ଅଧିକାରୀ ,ବେସରକାରୀ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ । ଶେଷରେ ସୁଶ୍ରୀ ସିଂ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ ହେବା ପରେ ଦଳରେ ଆନନ୍ଦର ଲହରି
ବୌଦ୍ଧ,୨୫/୭ : ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତି ହେବା ପରେ ବୌଦ୍ଧ ନିର୍ବାଚନ ମଣ୍ଡଳିରେ ଦଳିୟ କର୍ମୀ ମହଲରେ ଆନନ୍ଦର ଲହରି ଖେଳି ଯାଇଛି ।
ସରକାରୀ ଦଳ ମୁଖ୍ୟ ସଚେତକ ଭାବରେ ଗତ ସୋମବାର ସନ୍ଧ୍ୟାରେ ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା ହେବା ପରେ ଦଳିୟ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ମାଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ପ୍ରଥମ ଥର ବିଧାୟକ ଭାବରେ ନିର୍ବାଚନ ଲଢି ବିଜୟୀ ହୋଇ ଏଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ପଦବି ପାଇଛନ୍ତି । ଛାତ୍ର ଜୀବନରୁ ରାଜନିତିରେ ସକ୍ରିୟ ଭାବରେ ସାମିଲ ହୋଇ ତୃଣମୂଳସ୍ତରରୁ ସଂଗଠନ କରି ବିଭିନ୍ନ ପଦ ପଦବିରେ ନିର୍ବାଚିତ ହୋଇଛନ୍ତି ।
୧୯୯୪ ମସିହାରେ ଛାତ୍ର ଜୀବନରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତି ସମୟରେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ତିଲେଶ୍ୱର ପଂଚାୟତର ନାଏବ ସରପଂଚ,୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ତିଲେଶ୍ୱର ସେବା ସମବାୟ ସମିତିର ସଭାପତି,୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତତିଲେଶ୍ୱର ପଂଚାୟତର ସରପଂଚ ରହିଥିଲେ. ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ତିଲେଶ୍ୱର ପଂଚାୟତର ସମିତି ସଭ୍ୟ, ୨୦୨୨ରେ ରାଧାନଗର ପଂଚାୟତରୁ ସମିତି ସଭ୍ୟ ଭାବରେ ଜିତି ହରଭଙ୍ଗା ବ୍ଲକର ଉପାଧ୍ୟକ୍ଷ ହୋଇଥିଲେ ।
୨୦୨୪ ଚଳିତ ସାଧାରଣ ନିର୍ବାଚନରେ ବୌଦ୍ଧ ନିର୍ବାଚନ ମଣ୍ଡଳି ଆସନରୁ ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ରାଜନିତିକ ଜୀବନରେ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବୌଦ୍ଧ ଜିଲ୍ଲାର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଜଣଙ୍କୁ ମଧ୍ୟ ସାମିଲ କରାଯାଇନଥିଲା ।
ଫଳରେ ଦଳ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ନିରାଶ ଦେଖାଦେଇଥିଲା ।
ହେଲେ ଏବେ ଶ୍ରୀ ପ୍ରଧାନଙ୍କୁ ମୁଖ୍ୟ ସଚେତକ ନିଯୁକ୍ତ ହେବା ପରେ ଦଳିୟ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ପ୍ରଧାନ ସରକାରୀ ଦଳ ସଚେତକ ନିଯୁକ୍ତି ହେବା ପରେ ସେ ଓ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଉଭୟ ମିଶି ଜିଲ୍ଲାର ବିକାଶଧାରାକୁ ଆଗେଇ ନେବାରେ ସହାୟକ ହେବେ ବୋଲି ଦଳିୟ ମହଲରେ ଆଲୋଚନା ହେଉଛି ।
ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଦୀର୍ଘ ବର୍ଷ ହେବ ଜିଲ୍ଲାରେ ଦଳର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଜିଲ୍ଲା ପ୍ରଥମ ଥର ଉଭୟ ଆସନରୁ ବିଜେପି ବିଜୟ ହୋଇଥିବାରୁ ଉଭୟ ନେତା ଜିଲ୍ଲାରେ କିପରି ଦଳିୟ ସଂଗଠନ ଆଗକୁ ଆହୁରି ସୁଦୃଢ ହେବ ସେଥିପାଇଁ ଉଦ୍ୟମ କରିବେ । ଜିଲ୍ଲା ରାଜ୍ୟରେ ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହେଉଥିବା ଜିଲ୍ଲାରେ ଏନେକ ସମସ୍ୟା ରହିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟଜଳ ଭଳି ଅନେକ ମୌଳିକ ସୁବିଧାରୁ ଜିଲ୍ଲାବାସୀ ବଂଚିତ ହେଉଥିବାର ଅଭିଯୋଗ ହେଉଛି । ଏପରିସ୍ଥଳେ ସେମାନଙ୍କ ପାଇଁ ଅନେକ ଚାଲେଂଚ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30