Indus Valley Times

ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା, କହିଲେ ପଶ୍ଚିମବଙ୍ଗ ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭବନ

 Breaking News

ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା, କହିଲେ ପଶ୍ଚିମବଙ୍ଗ ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭବନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା, କହିଲେ ପଶ୍ଚିମବଙ୍ଗ ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭବନ
March 22
17:48 2023

ପୁରୀ,୨୨/୩: ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ଆଜି ଅପରାହ୍ଣ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପ୍ରଶାସନ ପଶ୍ଚିମବଙ୍ଗର ପର‌୍ୟ୍ୟଟକଙ୍କ ଉଦେଶ୍ୟରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ଜାଗା ଦେଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଆଜି ଅପରାହ୍ଣରେ ମମତାଙ୍କୁ ଏହି ଜାଗା ଦେଖାଇଛନ୍ତି। ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଜାଗାରେ ଅତିଥି ଭବନ ନିର୍ମାଣ ହେବ। ବଙ୍ଗୀୟ ପର‌୍ୟ୍ୟଟକମାନେ ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031