Indus Valley Times

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର

 Breaking News

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର
May 27
16:20 2023

ପୁରୀ,୨୭/୫: ଶ୍ରୀମନ୍ଦିରରେ ଶନିବାର ଅପରାହ୍ଣରେ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଆଜି ଅପରାହ୍ଣ ସମୟରେ ଅଘଟଣ ଘଟିଥିଲା। ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର ପ୍ରଦୀପ ସାହୁ ଗରମ ଡାଲି ନେଇ (ମହାପ୍ରସାଦ) ନେଇ ଯାଉଥିବା ବେଳେ କୌଣସି କାରଣରୁ ଖସି ପଡ଼ିଥିଲେ। ଫଳରେ ସେମାନଙ୍କ ଶରୀରରେ ଗରମ ଡାଲି ଛିଟିକି ପଡ଼ିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏହା ପରେ ଉଭୟ ପୁପି ଓ ପ୍ରଦୀପଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଉଭୟଙ୍କର ଅବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ବାରମ୍ବାର ଛୋଟମୋଟ ଅଘଟଣ ଘଟୁଛି। ଭକ୍ତଙ୍କର ପ୍ରବଳ ଭିଡ ହେଉ ଅଥବା ନୀତିକାନ୍ତିରେ ବ୍ୟସ୍ତ କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ଗତ ଜାନୁଆରି ୨୯ ତାରିଖ ଦିନ ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଥିଲେ। ଆହତ ମହିଳା ଜଣକ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ସିଦ୍ଧାର୍ଥ ଦାସଙ୍କ ପତ୍ନୀ ସୌମ୍ୟା ଦାସ ଥିଲେ। ଅଗ୍ନିକାଣ୍ଡରେ ସୌମ୍ୟାଙ୍କ ବାମ ହାତ ଓ ଡାହାଣ ପୋଡ଼ିଯାଇଥିଲା। ସିଂହଦ୍ବାର ସମ୍ମୁଖ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସୌମ୍ୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ଅଘଟଣ ଘଟିଥିଲା।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031