ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା : ଆଇନ ମନ୍ତ୍ରୀ
April 20
16:18
2025
ଭୁବନେଶ୍ୱର,୨୦ା/୪: ରତ୍ନଭଣ୍ଡାର ମରାମତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ଠିକ୍ ସମୟରେ ମରାମତି ହୋଇ ନ ଥିଲେ ଏହା ଭୁଶୁଡ଼ି ପଡ଼ିଥାନ୍ତା।
ଏବେ ଯେଉଁ ମରାମତି ହୋଇଛଇ ତାହା ଆସନ୍ତା ୧୦୦ କି ୨୦୦ ବର୍ଷ ପର୍ଯ୍ୟନ୍ତ ରହିଲା ଭଳି ମରାମତି ହୋଇଛି। ଏଥିପାଇଁ ଏଏସ୍ଆଇକୁ କୌଣସି ପ୍ରକାରର ବ୍ୟସ୍ତ ବିବ୍ରତ କରାଯାଉନାହିଁ। ଯେହେତୁ ଏଏସ୍ଆଇକୁ କମ୍ ସମୟ ଦିଆଯାଉଛି, ତେଣୁ ମରାମତିରେ ବିଳମ୍ବ ହେଉଛି। ସ୍ନାନଯାତ୍ରା ପୂର୍ବରୁ ମରାମତି ଶେଷ କରିବା ପାଇଁ ଚେଷ୍ଟା କରାଯାଉଥିବା ମନ୍ତ୍ରୀ କହିଛନ୍ତି।
ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ମନ୍ଦିରରେ ମହାପ୍ରଭୁଙ୍କ ହୁଣ୍ଡି ଘୁଞ୍ଚିବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ।






