Indus Valley Times

ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ; ସାରାରାତି ପୋଲିସ ପକ୍ଷରୁ ଚେକିଂ ଜାରି

 Breaking News

ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ; ସାରାରାତି ପୋଲିସ ପକ୍ଷରୁ ଚେକିଂ ଜାରି

ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ; ସାରାରାତି ପୋଲିସ ପକ୍ଷରୁ ଚେକିଂ ଜାରି
May 09
10:56 2025

ପୁରୀ,୯/୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରହର ହୋଇପଡିଛି ପାକିସ୍ତାନ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା।
କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। ଝ-୪୦୦ ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି। ସୁରକ୍ଷାରେ ସ୍ବତନ୍ତ୍ର ବାହିନୀଙ୍କ ମୁତୟନ କରାଯାଇଛି। ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଛନ୍ତି ।
ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ କରାଯାଇଛି। ଏପରିକି ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ମଧ୍ୟ ପୋଲିସ ଯାଞ୍ଚ କରୁଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031