Indus Valley Times

ଶ୍ରୀ ସରୁ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଜାଗୁଳାଇ ପାଟଣା ରଥଯାତ୍ରା ପ୍ରସ୍ତୁତି ଅନୁଷ୍ଠିତ

 Breaking News

ଶ୍ରୀ ସରୁ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଜାଗୁଳାଇ ପାଟଣା ରଥଯାତ୍ରା ପ୍ରସ୍ତୁତି ଅନୁଷ୍ଠିତ

ଶ୍ରୀ ସରୁ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଜାଗୁଳାଇ ପାଟଣା ରଥଯାତ୍ରା ପ୍ରସ୍ତୁତି ଅନୁଷ୍ଠିତ
May 24
10:29 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୪/୫ : ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ କିଶୋର କୁମାର ପଣ୍ଡାଙ୍କ ପରିଚାଳନାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବିଜେ, ଜାଗୁଳାଇ ପାଟଣା ରଥଯାତ୍ରା ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଜାଗୁଳାଇ ପାଟଣା ଏକ ସମନ୍ୱୟ ଐତିହ୍ୟ ଓ ସଂସ୍କୃତିର ଗନ୍ତାଘର । ମହାପ୍ରଭୁଙ୍କ ରଥଯାତ୍ରାକୁ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ଭାଇଚାରା ବଜାୟ ରଖି ଦଳମତ ଉର୍ଦ୍ଧରେ ରହି ମହାପ୍ରଭୂଙ୍କ ବିଭୁକୃପା ପ୍ରାପ୍ତ ସହ ଶ୍ରୀ ପୁରୁଷୋତ୍ତମ ଦେବ,, ମନ୍ଦିରର ଐତିହ୍ୟ ସଂସ୍କୃତିକୁ ବଜାୟ ରଖିବା ସହ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଆହ୍ଵାନ ଦେଇଛନ୍ତି ।
ବୈଠକରେ ମାନ୍ୟବର ବିଧାୟକ, ଜଟଣୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ଯୋଗଦେଇ କହିଲେ ଯେ ମହାପ୍ରଭୁଙ୍କ ସେବାରେ ସମସ୍ତେ ନିୟୋଜିତ ହୋଇ ଆଧ୍ୟାତ୍ମିକ ଭାବ ମନୋଭାବ ନେଇ ଖୋରଧାର ଅଧୁରା ବିକାଶର ସ୍ବପ୍ନ ସାକାର କରିବାକୁ ଉଦବୋଧନ ରଖିଥିଲେ ।
ଜାଗୁଳାଇ ପାଟଣା ଶ୍ରୀଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେଙ୍କ କିମ୍ୱଦନ୍ତୀ ଅତି ମହାନ ହୋଇଥିବାରୁ ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପ୍ରତ୍ୟେକ ଖୋର୍ଦ୍ଧା ବାସୀଙ୍କ ପରମ କର୍ତ୍ତବ୍ୟ ବୋଲି ପରାମର୍ଶ ଦେଇ ମନ୍ଦିର ପରିଚାଳନା କମିଟି, ସେବାୟତ, ଖୋର୍ଦ୍ଧାବାସି ସମସ୍ତେ ମନ୍ଦିରର ପାରିପାର୍ଶ୍ବିକ ବିକାଶକୁ ଗୁରୁତ୍ଵ ଓ ତ୍ୱରାନ୍ୱିତ କରିବାକୁ ଅଭିଭାଷଣ ରଖିଥିଲେ । ଆସନ୍ତା ମାସ ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପଡୁଥିବାରୁ ରଥାଦାଣ୍ଡ ରାସ୍ତା ନିର୍ମାଣ ଓ ମରାମତି, ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ମନ୍ଦିର ରଙ୍ଗ ଦେବା, ବିଜୁଳି ଆଲୋକ ସେବା, ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ, ଆମ୍ବୁଲାନ୍ସ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଅଗ୍ନିଶମ ସେବା, ରଥ ପାଇଁ କାଠ ବ୍ୟବସ୍ଥା, ରଥଯାତ୍ରା ତଥା ଶ୍ରୀଗୁଣ୍ଡିଚା ଦିନ ମାଉସୀ ମା ମନ୍ଦିର ନିକଟରେ ଆଧ୍ୟାତ୍ମିକ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ, ମହାପ୍ରଭୁଙ୍କ ସୁନାବେଶ ଦିନ ଭଜନ ଜଣାଣ ପରିବେଷଣ, ଆଇନଶୃଙ୍ଖଳା ସେବା ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ଆଦି ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେବାକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ବିଭିନ୍ନ ପ୍ରସ୍ତାବ ଗୁଡ଼ିକୁ ଖୁବଶିଘ୍ର ସମାଧାନ ସହ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ, ମନ୍ଦିର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମ ଉପରେ ମାନ୍ୟବର ବିଧାୟକ ନିଜେ ତଦାରଖ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ କିଶୋର କୁମାର ପଣ୍ଡା ମନ୍ଦିର ପରିଚାଳନା କମିଟି ସାଧାରଣ ସମ୍ପାଦକ ରଥଯାତ୍ରା ଓ ବାହୁଡା଼ ଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଜନିତ ରଥଯାତ୍ରା ପୂର୍ବରୁ କ୍ରମାନ୍ୱୟରେ ସେବାୟତ ତଥା ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ବୈଠକ କରି କାର୍ଯ୍ୟ ଗୁଡ଼ିକ ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ଶାନ୍ତି ଶୃଙ୍ଖଳା ମୈତ୍ରୀ ସମ୍ପ୍ରିତି ସହ ରଥଯାତ୍ରାକୁ ଭାଇଚାରା ବଜାୟ ରଖି ଆଧ୍ୟାତ୍ମିକ ଐତିହ୍ୟ ସଂସ୍କୃତିକୁ ଓ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବିଜେଙ୍କ ଶ୍ରୀଗୁଣ୍ଡିଚା ଓ ବାହୁଡା଼, ନୀଳାଦ୍ରି ବିଜେ ସମସ୍ତ କାର୍ଯ୍ୟକ୍ରମ ସଫଳ କରିବାକୁ ଉପଜିଲ୍ଲାପାଳ ସମସ୍ତ ଖୋର୍ଦ୍ଧା ବାସୀଙ୍କ ସହଯୋଗ ଲୋଡିଥିଲେ ।
ବୈଠକରେ ଖୋର୍ଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ, ମଞ୍ଚାସିନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ , ଖୋର୍ଦ୍ଧା ପୌରାଞ୍ଚଳ ରିଜାୱାନ କାକ୍ଵାବ, ମନ୍ଦିର ପରିଚାଳନା କମିଟି ସାଧାରଣ ସମ୍ପାଦକ ଶ୍ରୀ ବୀରେନ ଛୋଟରାୟ,ଅର୍ଜୁନ ପୁର ଗ୍ରାମ ପଂଚାୟତ ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଆଇ ଆଇ ସି, ଅଗ୍ନିଶମ ସେବା ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ୱାଟକୋ ବିଭାଗ ଅଧିକାରୀ, ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031