Legatus

ସଂଗଠନକୁ ସୁଦୃଢ କର, କେନ୍ଦ୍ର ଅନୁଦାନ ଯେମିତି ତଳସ୍ତରର ପର୍ଯ୍ୟନ୍ତ ପହଞ୍ଚିବ, କର୍ମୀଙ୍କୁ ଆହ୍ଵାନ ଦେଲେ ଶାହ

 Breaking News

ସଂଗଠନକୁ ସୁଦୃଢ କର, କେନ୍ଦ୍ର ଅନୁଦାନ ଯେମିତି ତଳସ୍ତରର ପର୍ଯ୍ୟନ୍ତ ପହଞ୍ଚିବ, କର୍ମୀଙ୍କୁ ଆହ୍ଵାନ ଦେଲେ ଶାହ

August 05
19:06 2023

ଭୁବନେଶ୍ବର,୫/୮: କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହ ଶନିବାର ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ କହିଛନ୍ତି, ମନରୁ ଦ୍ଵନ୍ଦ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁଯାୟୀ କାମ କର। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ପଦକ୍ଷେପ ନେଉଛନ୍ତି। ଏହା ହେଉଛି କେନ୍ଦ୍ରର ରଣନୀତି।
ବିଜେପି ନେତା ଶ୍ରୀ ଶାହ କହିଛନ୍ତି, କେନ୍ଦ୍ର ତାର ଆବଶ୍ୟକତା ଅନୁସାରେ ରଣନୀତି କରୁଛି। ରାଜ୍ୟ ତା ଅନୁସାରେ ରଣନୀତି କରୁ। କର୍ମୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଅ। ଲୋକଙ୍କ ପ୍ରସଙ୍ଗ ନେଇ ଆନ୍ଦୋଳନ କର। ଲଢେଇ କରିବାକୁ ମନା ନାହିଁ। ଲୋକଙ୍କ ପ୍ରସଙ୍ଗ ନେଇ ନିଜ ଅଞ୍ଚଳରୁ ରାଜ୍ୟବ୍ୟାପି ଆନ୍ଦୋଳନ କର। ଲୋକ ଚାହିଁଲେ ସରକାର ବେଶୀ ଦୂର ନୁହେଁ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶାହ ଶନିବାର କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର-ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାସ୍ତା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି।
ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ। ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ବାବଦରେ ଭାରତ ସରକାର ବିପୁଳ ଅର୍ଥ ବିନିଯୋଗ କରିଛନ୍ତି। ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ଦେଶର ବିକାଶ କରିଛନ୍ତି। ଓଡ଼ିଶାରେ ନକ୍ସଲ ଗତିବିଧି କମିଛି। ଏଥିଲାଗି ଓଡ଼ିଶା ସରକାରଙ୍କ ଅବଦାନକୁ ମୁଁ ପ୍ରଶଂସା କରୁଛି। ଓଡ଼ିଶାର ବିକାଶ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ କାର‌୍ୟ୍ୟ ପ୍ରଶଂସନୀୟ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି।

About Author

indadmin

indadmin

Related Articles

Archives

Calendar

June 2025
M T W T F S S
 1
2345678
9101112131415
16171819202122
23242526272829
30