Indus Valley Times

ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ: ୮ଟି ସ୍ଥାନରେ ଚଢ଼ାଉ

 Breaking News

ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ: ୮ଟି ସ୍ଥାନରେ ଚଢ଼ାଉ

August 22
10:21 2024

ଢେଙ୍କାନାଳ,୨୨/୮: ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର‌୍ୟ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଢେଙ୍କାନାଳ ସମେତ କଟକ ଓ ଭୁବନେଶ୍ୱରର ୮ଟି ଯାଗାରେ ଏହି ଚଢ଼ାଉ ହୋଇଛି ।
ସୂଚନାଯୋଗ୍ୟ, ବିଭୁଦାନନ୍ଦଙ୍କ ନାଁରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ ଭିଜିଲାନ୍ସ ଏହି ଚଡାଉ କରୁଛି। ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀଙ୍କୁ ନେଇ କଟକ ସ୍ବତନ୍ତ୍ର ଜଜ ଭିଜିଲାନ୍ସ ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ହୋଇଛି।
ଢେଙ୍କାନାଳ ସହର ରତନ ବଜାର ଠାରେ ପ୍ଲଟ ନମ୍ବର ୩୧୬ / ୬୦୩୪ ରେ ଥିବା ୩ ମହଲା ଘର ଓ ଫ୍ଲଟ ନମ୍ବର ୩୧୬ / ୬୫୪୦/ ୧୦୬୩୮ ରେ ଥିବା ୨ ମହଲା ଘର, କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାହାଁଗୋଳ ଠାରେ ଥିବା ଫାର୍ମ ହାଉସ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ବ୍ରିନ୍ଦା ବାସେରା ଜିଜିପି କଲୋନି ଠାରେ ଥିବା ୨୦୧ ନମ୍ବର ଫ୍ଲାଟ, ଆଠଗଡ ବୀରକିଶୋରପୁରଠାରେ ଥିବା ପୈତୃକ ଘର, ଢେଙ୍କାନାଳ ସହରରେ ଥିବା ସମ୍ପର୍କୀୟଙ୍କ ଘର, ତେଙ୍କାନାଳ ଠାରେ ଥିବା ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031