Indus Valley Times

ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ

 Breaking News

ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ

ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
January 31
11:20 2023

କଟକ,୩୧/୧: କଟକ ସବ ରେଜିଷ୍ଟ୍ରର ଅଫିସରେ ନିଆଁ ଲାଗିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି। ତିନି ଦମକଳ ବାହିନୀ ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି। ନିଆଁ ଏବେ ଆୟତ୍ତକୁ ଆସିଥିବା କୁହାଯାଉଛି।
ତେବେ ସଂପୂର୍ଣ୍ଣ ନିଆଁ ଲିଭାଇବାକୁ ଆହୁରି ଘଣ୍ଟାଏ ସମୟ ଲାଗିବ ବୋଲି ଅଗ୍ନଶମ ବିଭାଗର କର୍ମଚାରୀ କହିଛନ୍ତି। କୌଣସି ତରଳ ପଦାର୍ଥ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସେ କହିଛନ୍ତି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଏଥିରେ କଣ ସବୁ ପୋଡ଼ିଯାଇଛି ଓ କେତେ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି, ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031