Indus Valley Times

ସମ୍ବଲପୁର ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ

 Breaking News

ସମ୍ବଲପୁର ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ

ସମ୍ବଲପୁର ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ
December 03
16:33 2022

ସମ୍ବଲପୁର,୩/୧୨: ସମ୍ବଲପୁର ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ। ଚଳିତମାସ ଡିସେମ୍ବର ୧ ତାରିଖରେ ଏହି ଅଣ୍ଡିରା ମହାବଳ ଅଭୟାରଣ୍ୟକୁ ପଶି ଆସିଛି। ମହାବଳ ବାଘ ବୁଲୁଥିବା ନିଆଯାଇଥିବା ଏକ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଥିବା ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ଆଜି କହିଛନ୍ତି।
ତେବେ ଏହି ବାଘର ଡେବ୍ରିଗଡ ଜଙ୍ଗଲରେ ଜନ୍ମ ନେବା ପରେ ଦେଖାଦେଇଛି, ନା ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ଚାଲି ଆସିଛି ତାହା ସ୍ପଷ୍ଟ ହୋଇନି। ତେବେ ଡେବ୍ରିଗଡ ଅଭୟାରଣ୍ୟରେ ବାଘ ଦେଖାଯିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଖୁସି ପ୍ରକାଶ କରିଛନ୍ତି।
ବିଲୁପ୍ତ ହୋଇଯାଉଥିବା କଲପତରିଆ ବାଘ ବା ମହାବଳ ଠାବ ହେବା ପରେ ଏହାର ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବନ ବିଭାଗର ୧୨ ଜଣିଆ ଦଳ ୨ଟି ଟିମ୍ରେ ବିଭକ୍ତ ହୋଇ ମହାବଳର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି।
ସେପଟେ ମହାବଳ ଦେଖାଯିବା ପରେ ଏହି ଅଭୟାରଣ୍ୟରେ ବିନାଅନୁମତିରେ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସିସିଟିଭିରେ ମାତ୍ର ଗୋଟିଏ ମହାବଳ ଚରାବୁଲା କରୁଥିବା ଦେଖିବାକୁ ମିଳିଥିବା ବେଳେ ତା’ ସହ ଅନ୍ୟ ବାଘ ସାଥୀମାନେ ଥିବା ଅନୁମାନ କରାଯାଉଛି। ଏହାଛଡ଼ା ବାଘର ସୁରକ୍ଷା ଓ ଏଠାରେ ବାଘ ସଂଖ୍ୟା ବୃଦ୍ଧି କରିବା ନେଇ ମଧ୍ୟ ଏହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଚ୍ୟାଲେଞ୍ଚ ସୃଷ୍ଟି କରିଛି।
ଏହାକୁ ଦୃଷ୍ଟିରେ ରଖି ଏହି ଅଭୟାରଣ୍ୟ ଭିତରେ ଓ ବାହାର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ସହ ବନ ବିଭାଗ ଟିମ୍ ନଜର ରଖିଛନ୍ତି। ଏହି ଘଞ୍ଚ ଜଙ୍ଗଲ ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇଥିବାରୁ ସତର୍କତାର ସହ ସମସ୍ତ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ୨୦୧୮ରେ ଶେଷଥର ପାଇଁ ଏହି ଜଙ୍ଗଲରେ ବାଘ ଦେଖିବାକୁ ମିଳିଥିଲା।
ଡିଏଫ୍ଓ କହିଛନ୍ତି, ଦୁଇଦିନ ତଳେ ଡେବ୍ରିଗଡ଼ ସଫାରି ଜୋନ୍ର ଗେଟ୍ ଦେଇ ଏହି ବାଘ ପ୍ରବେଶ କରିଥିଲା। ସଫାରି ଜୋନ୍ରେ ମୁତୟନ ଷ୍ଟାଫ୍ମାନେ ଏହି ବାଘର ଭିଡ଼ିଓ କରିଥିଲେ। କିଛିଦିନ ପରେ ଏହି ବାଘ କେଉଁଠାରୁ ଆସିଛି ଜଣାପଡ଼ିବ। ଏହି ବାଘ ଉପରେ ନଜର ରଖିବା ପାଇଁ ପ୍ରାୟ ୧୦୦ ସିସିଟିଭି ଲଗାଯାଇଛି। ଅଭୟାରଣ୍ୟ ଅନ୍ତର୍ଗତ ଗାଁଗୁଡ଼ିକରେ ସତର୍କତା ଓ ସେଚତନତା କରାଯାଇଛି। ବାଘ ଉପରେ ଯେପରି କୌଣସି ଆଞ୍ଚ ନ ଆସିବ ସେଥି ଉପରେ ନଜର ଦିଆଯାଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031