Indus Valley Times

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଇବିଜି ବାର୍ଷିକ ଉତ୍ସବ ପାଳିତ

 Breaking News

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଇବିଜି ବାର୍ଷିକ ଉତ୍ସବ ପାଳିତ

February 11
18:47 2026

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର /ରାୟଗଡ଼ା, ୧୧/୨ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା କ୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଅନୁରାଧା ଲିଙ୍ଗମ ତତ୍ୱଧାନରେ ଅନୁଷ୍ଟିତହୋଇଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କୋଇନ କିମ୍ବାକା ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ସମ୍ମାନିତ ଅତୀଥି ବିଡ଼ିଓ ସମ୍ୟକାନ୍ତ ବଙ୍ଗଲ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀତମ ପୂର୍ତ୍ତି ପରିବେଶବିତ ଡାକ୍ତର ଗୌରାଙ୍ଗ ଚରଣ ରାଉତ ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର , ଅତିରିକ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ବୁଡୁବାଲି ପଞ୍ଚାୟତ ସରପଞ୍ଚ ଭୀମ ଗଗେରାଙ୍ଗା ହନୁମନ୍ତ ପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ରଣେଶ ବ୍ରେଡେକା, ଡାଙ୍ଗସୋରଡ଼ା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟନାୟକ ମୁନିଖୋଲ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁ ନେହୁର ପାଙ୍ଗା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ ଚନ୍ଦ୍ରପୁର ଏସଏସ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ତ୍ରିପତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଶ୍ରୀଯୁକ୍ତ ଭୟରାମ ନାୟକ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ କମିଟି ସଭାପତି ଲୋକପତି ଗଗେରାଙ୍ଗା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ।
ଅତିଥିମାନଙ୍କୁ ଛାତ୍ରୀମାନେ ଆଦିବାସୀ ନୃତ୍ୟ ସଙ୍ଗୀତର ତାଳେତାଳେ ମଞ୍ଚକୁ ପାଛୋଟି ନେଇଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥିମାନେ ଦେଖି ମନ୍ତ୍ରମୁଗ୍ଧ ହୋଇ ଉଠିଥିଲେ।
ପ୍ରଧାନ ଶିକ୍ଷତ୍ରି ଶ୍ରୀମତି ଲିଙ୍ଗାମ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ଅନ୍ୟାନ୍ୟ ଆବଶ୍ୟକତାକୁ ବିଭାଗୀୟ ଅଧିକାରୀ ଓ ଉପସ୍ଥିତ ଜନପ୍ରତିନିଧି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ପରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀତମ ପୂର୍ତ୍ତି ବିଦ୍ୟାଳୟର ଆବଶ୍ୟକତା ଓ ଶିକ୍ଷକ ଅଭାବ ବିଷୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଶୀଘ୍ର ପୂରଣ କରିବାକୁ ପ୍ରତିସୂତିସୂତି ଦେଇଛନ୍ତି ।
ଓଡିଶୀ ନୃତ୍ୟ,ସଙ୍ଗୀତ,ନାଟକ ପରିବେଷଣରେ ଭାଗନେଇ କୃତ୍ତିତ୍ୱ ହାସଲ କରିଥିବା ପ୍ରତିଭାମାନଙ୍କୁ ଏବଂ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
ପରେ ଛାତ୍ରୀ ମାନଙ୍କୁ ସମ୍ଭୋଧିତ ସେମାନଙ୍କ ଅଭିଭାଷଣରେ \”ଆସ ପଢିବା,ବଢିବା ଆଉ ଶ୍ରେଷ୍ଠ ହେବା ବୋଲି କହିଥିଲେ। ସେହିପରି ଅନ୍ୟ ସମ୍ମାନିତ ଅତିଥିମାନେ ଜୀବନରେ ଲକ୍ଷ ପ୍ରାପ୍ତି କରିବାକୁ ହେଲେ ସ୍ୱପ୍ନ ଦେଖ,ସ୍ବପ୍ନକୁ ଚାରିତାର୍ଥ କରିବାକୁ ହେଲେ କଠିନ ପରିଶ୍ରମ କର ଆଉ ଆଗକୁ ଆଗକୁ ବଢ଼ ବୋଲି ବିଦ୍ୟାର୍ଥୀ ମାନଙ୍କ ଆଖିରେ ଅନେକ ସ୍ୱପ୍ନ ଭରିଥିଲେ ।
ଏଥିରେ ଉଚ୍ଚ ବାଳିକା ବିଦ୍ୟାଳୟ ରାଇବିଜି ସମସ୍ତ ଶିକ୍ଷକଓ ଶିକ୍ଷତ୍ରି ସମସ୍ତେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଉଚ୍ଚ ବାଳିକା ବିଦ୍ୟାଳୟ ଶିକ୍ଷକ ଶ୍ରୀ ଆଲୋକ ସ୍ବାଇଁ ମଞ୍ଚ ପରିଚାଳନା କରିଥଲେ ଓ ଉଚ୍ଚ ବାଳିକା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତି ଲିଙ୍ଗାମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031