Indus Valley Times

ସରକାରୀ ବାସଭବନରୁ ମିଳିଲା ଡେପୁଟି ରେଞ୍ଜରଙ୍କ ମୃତଦେହ

 Breaking News

ସରକାରୀ ବାସଭବନରୁ ମିଳିଲା ଡେପୁଟି ରେଞ୍ଜରଙ୍କ ମୃତଦେହ

ସରକାରୀ ବାସଭବନରୁ ମିଳିଲା ଡେପୁଟି ରେଞ୍ଜରଙ୍କ ମୃତଦେହ
April 20
15:08 2022

ରାୟଗଡ଼ା ୨୦/୪: ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ବୁଧବାର ଦିନ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ମୃତ୍ୟୁ ହୋଇଛି । ବାସଭବନରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ହେଲେ ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଶବ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
ତେବେ ବାସଭବନରେ କିପରି ଡେପୁଟି ରେଞ୍ଜରଙ୍କ ମୃତ୍ୟୁ ହେଲା । ସେନେଇ ବିଭିନ୍ନ ଦିଗରୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ । ଏବେ ଯାଏଁ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30