Indus Valley Times

ସରପଞ୍ଚ ସାଜିଲେ ସଫଳ ଚାଷୀ : ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି

 Breaking News

ସରପଞ୍ଚ ସାଜିଲେ ସଫଳ ଚାଷୀ : ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି

November 29
21:17 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୧୧: କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍, ଟମାଟୋ, କଞ୍ଚାଲଙ୍କା, ଦେଶୀଆଳୁ ଆଦି ବହୁଳ ପରିମାଣରେ ଚାଷ କରାଯାଇଥାଏ। ହେଲେ ଅନେକ ସମୟରେ ଏହି ଚାଷ କରିବାକୁ ଇଚ୍ଛା ରଖିଥିବା ଚାଷୀ ପାଣିର ଅଭାବ ହେଲେ ଚାଷ କରିବା ବାଧାପ୍ରାପ୍ତ ହୁଏ।
ପାଣିର ଅଭାବ ସତ୍ତ୍ୱେ ଅନେକ ଚାଷୀ ପାଣି ଯୋଗାଡ଼ କରି ପନିପରିବା ଚାଷ କରି ଲାଭବାନ ହେବାସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଏଭଳି ଅଞ୍ଚଳରେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷିତ ଯୁବ ସରପଞ୍ଚ ସଫଳ ଚାଷୀ ଭାବେ ଅଞ୍ଚଳରେ ଯୁବ ପିଢ଼ିଙ୍କି ପାଇଁ ମଡେଲ ସାଜିଛନ୍ତି। ଉକ୍ତ ବ୍ଲକ ପ୍ଲିହେରି ପଞ୍ଚାୟତର ଯୁବ ସରପଞ୍ଚ ପାଉଲ ପ୍ରଧାନ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇବା ସହ ସମୟ ବାହାର କରି ଚାଷ କରନ୍ତି । ବିଶେଷ କରି ଧାନଚାଷ ସଫଳତାର ସହ କରିବା ସହିତ ସେ ପନିପରିବା ଚାଷକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି।
ଚଳିତବର୍ଷ ସେ ୪ ଏକର ଜମିରେ ବନ୍ଧା ଓ ଫୁଲ କୋବି ଚାଷକରି ଏବେ ପ୍ରାୟ ୬୦ ହଜାର ଟଙ୍କାର ବିକ୍ରି କରିସାରିଛନ୍ତି ଆହୁରି ଲକ୍ଷାଧିକ ଟଙ୍କାର ଫସଲ ଉତ୍ପାଦନ ହେବ ବୋଲି ସେ ଆଶା କରିଛନ୍ତି। ତାଙ୍କ ଫସଲ ମଧ୍ୟ ଅତି ଉତ୍ତମ କିସମର ହୋଇଥିବାରୁ ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି ବୋଲି କହିଛନ୍ତି। ପାଉଲଙ୍କୁ ଚାଷ କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ଏମିତି କି ନବମ ଶ୍ରେଣୀରେ ପାଠପଢୁ ଥିବା ପାଉଲଙ୍କ ଏକ ମାତ୍ର ପୁଅ ମଧ୍ୟ ପାଉଲଙ୍କୁ କ୍ଷେତ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି।
ଏଥିସହ ପାଉଲ ଉଦ୍ୟାନ ବିଭାଗର ସହଯୋଗରେ ଗୋଟିଏ ଏକର ଜମିରେ ଷ୍ଟ୍ରବେରି ଚାଷ କରିବା ସହ ଆଉ କିଛି ଜମିରେ ବାଇଗଣ, ଟମାଟୋ ଆଦି ଚାଷ ସଫଳତାର ସହ କରୁଛନ୍ତି। ପାଉଲ ଯୁକ୍ତ ଦୁଇ ପାସ କରିବା ପରେ ଘରର ପରିସ୍ଥିତି ଆଗକୁ ପାଠ ପଢ଼ାରେ ଡୋରି ଲାଗିଲା ଓ ପରବର୍ତ୍ତୀ ସମୟରେ ସେ ଘରେ କରାଯାଉଥିବା ପାରମ୍ପରିକ ଚାଷ କାର୍ଯ୍ୟ ଆରମ୍ଭ କରି ପରିବାର ଲୋକଙ୍କୁ ସହଯୋଗ କରିଥିଲେ। ଏବେ ଚାଷ କାର୍ଯ୍ୟକୁ ନିଜ ରୋଜଗାରରେ ପରିଣତ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବେଶ୍ ପରିଚିତ ହୋଇଛନ୍ତି। ପାଉଲ ଜଣେ ଲୋକ ପ୍ରତିନିଧି ହୋଇ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ସଫଳ ଚାଷୀ ହୋଇଛନ୍ତି ବୋଲି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି ।

ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ: ମତଦାନ ହାର ୫୫.୪୧ପ୍ରତିଶତ, ୩ ପ୍ରାର୍ଥିନୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍
ବାଲିଗୁଡା,୨୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନଏସି ରେ ଅଧ୍ୟକ୍ଷା ପଦ ନିମନ୍ତେ ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି। ମୋଟ ୮ଟି ମତଦାନ କେନ୍ଦ୍ରର ୧୩ଟି ବୁଥରେ ଭୋଟର ଶାନ୍ତି ଶୃଙ୍ଖଳାରେ ମତଦାନ କରିଥିଲେ।
ମତଦାନ ଶେଷ ହେବା ପରେ ଇଭିଏମ୍ ସିଲ କରି ରଖାଯାଇଛି ଏବଂ ୩ ଜଣ ପ୍ରାର୍ଥୀନୀଙ୍କ ଭାଗ୍ୟ ଏବେ ଇଭିଏମ ଭିତରେ ସିଲ୍ ହୋଇ ରହିଛି। ଗୁରବାର ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ସୁଚନା ଦେଇଛନ୍ତି।ବୁଧବାର ଜି.ଉଦୟଗିରି ପରିଷଦର ୧୩ଟି ଓ୍ବାର୍ଡରେ ୩୮୧୧ ଜଣ ପୁରୁଷ ଭୋଟର,୪୩୪୧ ଜଣ ମହିଳା ଭୋଟର,୩ ଜଣ ତୃତୀୟଲିଙ୍ଗୀ ଭୋଟର ମୋଟ ୮୧୫୫ ଜଣ ଭୋଟଦାନରେ ଅଂଶଗ୍ରହଣ କରିଥିଲେ।

ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ୫ ସନ୍ତାନ ଥିବା ଅଭିଯୋଗରେ ଅଯୋଗ୍ୟ ଘୋଷଣା କଲେ ଜିଲ୍ଲାପାଳ
ବାଲିଗୁଡା,୨୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚଙ୍କ ପାଞ୍ଚଟି ସନ୍ତାନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ ଚିଠି ନଂ.୧୧୫୮/୨୨.୧୧.୨୦୨୩ ପ୍ରକାରେ ଅଯୋଗ୍ୟ ଘୋଷଣା କରିଛନ୍ତି ।
ପ୍ରକାଶ ଯେ, ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ଗତ ୨୦୨୨ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୁଲ ସତ୍ୟପାଠ ପ୍ରଦାନ କରି ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏନେଇ ପ୍ରତିପକ୍ଷ ପ୍ରାର୍ଥୀ ଅନନ୍ତ ପ୍ରଧାନ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ।
ଅଭିଯୋଗ ସହ ୫ ଟି ସନ୍ତାନର ଜନ୍ମ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଓ ସିଡିପିଓ ଙ୍କ ତଦନ୍ତ ରିପୋର୍ଟ ପାଇବା ପରେ ଗତ ୨୨ ତାରିଖରେ ଦାସିଙ୍ଗବାଡ଼ି ସରପଞ୍ଚ ସାନୁଜ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ଦୁଇ ଚାଳକ ଗୁରୁତର

ବାଲିଗୁଡ଼ା,୨୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ କଲୋନୀସାହି ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରି ଚିକିତ୍ସିତ କରାଯାଇଛି ।
ଘଟଣା ପ୍ରକାରେ କୋଟଗଡ଼ କଲୋନୀ ସାହିର ଭୀମ ନାୟକଙ୍କ ପୁଅ ରାଜୁ ନାୟକ ମୋଟର ସାଇକେଲ ଯୋଗେ କୋଟଗଡ଼ ବଜାର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏଗ୍ରିକଲ୍ଚର ବିଭାଗରେ କାର୍ଯ୍ୟରତ ତ୍ରିପତି ପାତ୍ର ନାମକ ଜଣେ ବ୍ୟକ୍ତି କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ କଲୋନୀ ସାହି ନିକଟରେ ଭାରସାମ୍ୟ ହରାଇ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ଉଭୟ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇ ଥିବାରୁ ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ରାଜୁ ନାୟକଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତ୍ରିପତି ପାତ୍ରଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031