Indus Valley Times

ସରିଲା ପୂଜା ବିଦାୟ ନେବେ ମା’, କଟକ ଓ ଭୁବନେଶ୍ବରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି

 Breaking News

ସରିଲା ପୂଜା ବିଦାୟ ନେବେ ମା’, କଟକ ଓ ଭୁବନେଶ୍ବରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି

October 03
10:07 2025

ଭୁବନେଶ୍ୱର, ୩/୧୦ : ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଶେଷ ହୋଇଛି ଶାରଦୀୟ ପାର୍ବଣ । ମା’ଙ୍କୁ ମେଲାଣି ଦେବା ଯେତିକି ଦୁଃଖ ଲାଗିଥାଏ ପୁଣି ଆରବର୍ଷକୁ ମା’ଙ୍କୁ ଅପେକ୍ଷା କରିବା ସେତିକି ଆନନ୍ଦ ଦେଇଥାଏ । ମା’ଙ୍କୁ ବିଦାୟ ଦେବାକୁ ଭଷାଣି ଶୋଭାଯାତ୍ରା ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଷାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।
ଭଷାଣି ଶୋଭାଯାତ୍ରା ପାଇଁ କଟକ ସହରରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କଟକ ଦୁର୍ଗାପୂଜା ଭଷାଣି ଶୋଭାଯାତ୍ରା ଉପରେ ଡ୍ରୋନ ନଜର ରଖିବ ।
ସୁରକ୍ଷା ବ୍ୟବସ୍ଥା ପାଇଁ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଷାଣି ଶୋଭାଯାତ୍ରାର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031