Indus Valley Times

ସାଇକେଲ୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଗୁରୁତର

 Breaking News

ସାଇକେଲ୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଗୁରୁତର

ସାଇକେଲ୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଗୁରୁତର
June 07
11:18 2022

ବିନିକା, ୭/୬: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ମୁଖ୍ୟ ରାସ୍ତାର ସିଙ୍ଘିଯୁବା ଛକ ପାଖରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ବିନିକା-ବରପାଲି ରାସ୍ତା ସିଙ୍ଘିଯୁବା ଛକରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।
ଏକ ବାଇକ୍ ସାଇକେଲକୁ ପଛପଟୁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଂଘିଯୁବା ଗାଁର ସୁଦର୍ଶନ ଭୁଏ। ଗୁରୁତର ୨ ଜଣ ବାଇକ୍ ଆରୋହୀଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସାଇକେଲ ଆରୋହୀ ସିଙ୍ଘିଯୁଵା କଲୋନୀ ପଡାର ସୁଦର୍ଶନ ଭୁଏ(୫୦) ଜାମପାଲି ଛକରୁ କ୍ଷୀର ବିକ୍ରି କରି ନିଜ ଗାଁକୁ ଫେରୁଥିବା ବେଳେ ବିନିକା
ପଟରୁ ବାଇକରେ ସମ୍ବଲପୁର ଜିଲ୍ଲାର ଧମା ଅଞ୍ଚଳ ସରଗିଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ବାଗ ଓ ଲକ୍ଷ୍ମଣ ଭୋଇ ବିବାହ କାର୍ଡ ବଣ୍ଟନ କରିବାକୁ ଯାଉଥିବା ପଛପଟୁ ସାଇକେଲ ଆରୋହୀ ସୁଦର୍ଶନଙ୍କୁ ଧକ୍କା ଦେଇଥିଲେ। ଏହାପରେ ସମସ୍ତେ ଛିଟିକି ପଡିଥଲେ। ଘଟଣାସ୍ଥଳରୁ ୩ଜଣଙ୍କୁ ୧୦୮ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ସାଇକେଲ ଆରୋହୀ ସୁଦର୍ଶନ ଭୁଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇକେଲ ଓ ବାଇକ ନମ୍ବର (ଓଡି-୧୫ଟି-୬୩୧୪)କୁ ଜବତ କରିଛନ୍ତି। ବିନିକା ଡାକ୍ତରଖାନାରେ ବିନିକା ଥାନା ଆଇଆଇସି ପବିତ୍ର ସାହୁ ଓ ଅନ୍ୟାନ୍ୟ କର୍ମଚା
ରୀ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ଲାଗି ଆଣିଛନ୍ତି। ଅନ୍ୟ ପକ୍ଷରେ ମୃତ୍ୟୁବରଣ କରିଥିବା ସୁଦର୍ଶନ ଭୁଏଙ୍କ ସ୍ତ୍ରୀ ଦିଵ୍ୟାଙ୍ଗ ଓ ତାଙ୍କ ଗୋଟିଏ ଝିଅ(୧୬) ଓ ଗୋଟିଏ ପୁଅ (୧୪) ଅଛନ୍ତି। ବର୍ଷ ଉଭୟେ ନାବାଳକ ହୋଇଥିବାରୁ ଏବଂ ବାପା ଅଫେରା ରାଜ୍ୟକୁ ଚାଲି ଯାଇଥିଵାରୁ ପରିଵାର ଅନାଥ ହୋଇଯାଇଛି। ଏଣୁ ପ୍ରଶାସନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031