Indus Valley Times

ସିଜିମାଳି ବକ୍ସାଇଟ ଖଣି ଖନନ ଦାବିରେ ବିକ୍ଷୋଭ

 Breaking News

ସିଜିମାଳି ବକ୍ସାଇଟ ଖଣି ଖନନ ଦାବିରେ ବିକ୍ଷୋଭ

November 15
20:28 2024

ସୁଧାଂଶୁ ସିଂଙ୍କ ରିପୋର୍ଟ
ରାୟଗଡ଼ା, ୧୫/୧୧ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟ ଖଣି ଖନନ ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ରାୟଗଡ଼ା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋରାପୁଟ ଛକରୁ ଏକ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତୁରନ୍ତ ସିଜିମାଳି ବକ୍ସାଇଟ ଖଣି ଖନନ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି। ଏହି ଖଣି ଖନନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହିତ ନିଯୁକ୍ତି ସୃଷ୍ଟି ହେବ। କିନ୍ତୁ ସରକାରଙ୍କ ଟାଳଟୁଳ ନୀତିରେ ଖଣି ଖନନ ଫସିଥିବା ଅଭିଯୋଗ ହୋଇଛି। ପୂର୍ବରୁ ପରିବେଶ ମଞ୍ଜୁରୀ ମିଳିଥିଲେ ମଧ୍ୟ ଖଣି ଖନନରେ ବିଳମ୍ବ ହେଉଥିବା କହିଛନ୍ତି ଆନ୍ଦୋଳନକାରୀ।
କିଛି ବାହାର ଲୋକ ଆସି ଖଣି ଖନନ ବିରୋଧରେ ଲୋକଙ୍କୁ ଭ୍ରମିତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଖଣି ଖନନ ହେଲେ ଲୋକଙ୍କ ଆର୍ଥିକ ପ୍ରଗତି ଘଟିବ। ବିଭିନ୍ନ ଖଣି ଖନନରେ ନିୟୋଜିତ ଥିବା ମୈତ୍ରୀ କମ୍ପାନୀ ସେହି ଅଞ୍ଚଳରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ପାରୁଲ ପଟାୱରୀ ଏହାକୁ ଗ୍ରହଣ କରିଥିଲେ। ଉକ୍ତ ଦାବିପତ୍ରରେ ବିଧାୟକ ଆପଲାସ୍ୱାମୀ କାଡ୍ରାକା, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝି, ଜିଲ୍ଲା ପରିଷଦ ସଭ୍ୟା ଅମିୟ ମାଝୀ ପ୍ରମୁଖଙ୍କ ଦସ୍ତଖତ ରହିଛି।
ଅପରପକ୍ଷରେ ଆଜିର ବିକ୍ଷୋଭ ପ୍ରଦର୍ଶନ ଓ ରାଲିରେ ବିଜେଡ଼ି ନେତା ଜଗଦୀଶ ପାତ୍ର, କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ବିଜେପି ନେତା ବସନ୍ତ ଉଲ୍ଲାକା, ବିଏସପି ନେତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାଲି ଓ ବିକ୍ଷୋଭ ପାଇଁ ସହରରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ପ୍ରତି ଛକରେ ସାଧା ପୋଷାକଧାରୀ ଯବାନ ମୁତୟନ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930