Indus Valley Times

ସ୍କୁଲ ଡ୍ରେସ୍ ଯୋଗାଣ ପରେ ଅଙ୍ଗନୱାଡ଼ି ଶିଶୁ ଙ୍କ ସୁଇଟର ଉପରେ ପୋଷାକ ମାଫିଆ ଙ୍କ ନଜର

 Breaking News

ସ୍କୁଲ ଡ୍ରେସ୍ ଯୋଗାଣ ପରେ ଅଙ୍ଗନୱାଡ଼ି ଶିଶୁ ଙ୍କ ସୁଇଟର ଉପରେ ପୋଷାକ ମାଫିଆ ଙ୍କ ନଜର

October 07
09:28 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୧୦:- ସରକାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ସହ ଉନ୍ନତ ମାନର ପରିଧାନ ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି।ସରକାରୀ ଧାର୍ଯ୍ୟ ଦର ଠାରୁ କମ୍ ଦାମ ରେ ପୋଷାକ ମାଫିଆ ପରିଧାନ ସାମଗ୍ରୀ ସ୍କୁଲ ମାନଙ୍କୁ ଯୋଗାଇ ବେଶ ହାତ ଚିକ୍କଣ କରୁଥିବା ପରିଲକ୍ଷିତ ହେଉଛି।
ଗତ ସରକାର ଙ୍କ ଶାସନ ରେ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ସ୍କୁଲ ପୋଷାକ ଯୋଗାଣରେ ଗତବର୍ଷ ଠାରୁ ଏଯାବତ୍ ହେରଫେର ଅଭିଯୋଗ ହୋଇଆସୁଛି।
ଏବେ ଅଙ୍ଗନୱାଡ଼ି ଶିଶୁ ଙ୍କ ପାଇଁ ସରକାର ଯୋଗାଉଥିବା ଶୀତବସ୍ତ୍ର ବା ସୁଇଟର ଉପରେ ପୋଷାକ ମାଫିଆ ଙ୍କ ନଜର ପଡିଛି।ପୋଷାକ ମାଫିଆ ଏବଂ ତଥାକଥିତ ଚୟନ କମିଟି ଓ ଅଧିକାରୀ ଙ୍କ ସହ ମଧୁଚନ୍ଦ୍ରିକା ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ର ଅଭିଯୋଗ ରହି ଆସୁଛି।
ଉଲ୍ଲେଖନୀୟ ଯେ,ଗତ ବର୍ଷ ବଙ୍ଗୋମୁଣ୍ଡା ବ୍ଲକ୍ ରୁ ଆରମ୍ଭ କରି ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ଚଳିତ ବର୍ଷ ପୁଇନ୍ତଲା ବ୍ଲକ୍ ସମେତ ଟିଟିଲାଗଡ଼ ଓ ଅନ୍ୟାନ୍ୟ ବ୍ଲକ୍ ରେ ସ୍କୁଲ ପୋଷାକ ଯୋଗାଣରେ ଏଭଳି ଅଭିଯୋଗ ପ୍ରକାଶ ପାଇଛି।ଏବେ ଅଙ୍ଗନୱାଡ଼ି କେନ୍ଦ୍ର ର ଶିଶୁ ମାନଙ୍କ ପାଇଁ ସୁଇଟର ଯୋଗାଣରେ ଅନିୟମିତତା ର ଅଭିଯୋଗ ପ୍ରକାଶ ପାଇଛି।
ରାୟପୁର ରୁ ହାଲକା ସିଲେଇ ର ଶସ୍ତା କପଡା ସହ ପୋଷାକ ର ମୂଲ୍ୟରେ ଯଥେଷ୍ଟ ତାରତମ୍ୟ ରହିଛି।କମ୍ପାନୀ ନାମ ତଥା ଲୋଗୋ ନ ଥିବା ସୁଇଟର ବଣ୍ଟନ ଚାଲିଛି।ଟେଣ୍ଡର ବନାମ ନୋଟିଫିକେଶନ୍ ଜରିଆରେ ତଥାକଥିତ ଚୟନ କମିଟି ର ହାତ ଚିକ୍କଣ କରି ପୋଷାକ ମାଫିଆ ବନାମ ଭେଣ୍ଡର ମାନେ କୋଟି କୋଟି ଟଙ୍କାର ସରକାରୀ ଅର୍ଡର ସପ୍ଲାଏ କରି ପ୍ରଚୁର ବାଟମାରଣ କରୁଥିବା ଅଭିଯୋଗ ହୋଇ ଆସୁଛି।
ମୁଖ୍ୟତଃ ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ କୁତମୁଣ୍ଡା ଓ ଏହାର ନାମମାତ୍ର ଏସଏଚଜି ବା ଶିଳ୍ପ କେନ୍ଦ୍ର ର ଅନୁମୋଦନ ଯୋଗାଡ କରିଥିବା ତଥାକଥିତ କ୍ଷୁଦ୍ର ଶିଳ୍ପ ପ୍ରସ୍ତୁତକର୍ତ୍ତା ଏହି ଭେଣ୍ଡର ମାନେ ବୁଲି ବୁଲି ପୂର୍ବର ଶିକ୍ଷା ବିଭାଗ ର ବ୍ଲକ୍ କମିଟି କୁ ହାତ କରି ଅନେକ ବ୍ଲକ୍ ରେ ପୋଷାକ ଯୋଗାଇଥିବା ବେଳେ ଏବେ ଶିଶୁ ବିକାଶ ବିଭାଗ ର ଅଧିକାରୀ ମାନଙ୍କୁ ହାତକରି ଅନେକ ବ୍ଲକ୍ ରେ ସୁଇଟର ଯୋଗାଉଛନ୍ତି।
ଏହି ଚୟନ କମିଟି ରେ ଅଧ୍ୟକ୍ଷ ବିଡ଼ିଓ ଓ ସିଡିପିଓ ମାନେ ରହିଥିବା ବେଳେ ଏହି କମିଟିରେ ଆଇପିଓ,ବିଇଓ,ବି ଆର୍ ସି,ଏବିଇଓ,ବ୍ଲକ୍ ମିଶନ ଶକ୍ତି ସଂଯୋଜିକା,ଜୀବିକା ନିର୍ବାହ ମିଶନ ର ପଞ୍ଚାୟତ ସ୍ତରୀୟ ଫେଡରେଶନ ସଦସ୍ୟା ପ୍ରମୁଖ ରହିଛନ୍ତି।ତେବେ ଏହି ଚୟନ କମିଟି ବା ଭେଣ୍ଡର ଙ୍କୁ ଅନୁମୋଦନ କରୁଥିବା ଅଧିକାରୀ ମାନେ ପୋଷାକ ର ଗୁଣବତ୍ତା ବା ବଜାର ଦର ସହିତ ତାରତମ୍ୟ ପ୍ରତି ଆଖିବୁଜି ଦେଉଥିବା ଅଭିଯୋଗ ପ୍ରକାଶ ପାଇଛି।ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଏଇ କୁତମୁଣ୍ଡା ସରକାରୀ ପୋଷାକ ଯୋଗାଣ କରୁଥିବା ବେପାରୀ ପ୍ରତି ଭିଜିଲାନ୍ସ ର ଦୃଷ୍ଟି ଆକର୍ଷଣ କରାଯାଇଛି।
ଏବେ ସୁଦ୍ଧା ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ ସାଉଁନ୍ତପୂର୍ ଆଦି କେତେକ ଅଙ୍ଗନୱାଡ଼ି କେନ୍ଦ୍ରରେ ସୁଇଟର ବଣ୍ଟନ ହୋଇଯାଇଥିବା ଜଣାଯାଇଛି ।
ଏ ସମ୍ପର୍କରେ ସଂପୃକ୍ତ ଅଧିକା ମାନଙ୍କୁ ଭେଟିବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ।ସରକାର ପୋଷାକ ଯୋଗାଣ ବଦଳରେ ପୋଷାକ ବାବଦକୁ ଛାତ୍ର ଛାତ୍ରୀ ମାନଙ୍କ ଏକାଉଣ୍ଟ ରେ ସେହି ଟଙ୍କା ଜମା କଲେ ପୋଷାକ ଯୋଗାଣ ଦୁର୍ନୀତି କୁ ରୋକାଯାଇ ପାରନ୍ତା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031