Indus Valley Times

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଦେଲା ସ୍ୱାମୀ

 Breaking News

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଦେଲା ସ୍ୱାମୀ

June 23
10:50 2022

ଗରଦପୁର,୨୩/୬: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି।
ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା ମଧ୍ୟରେ ) ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବି (୪୫)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି।
ଖବର ପାଇ ପାଟକୁରା ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମନାନକୁ ପାଟକୁରା ଥାନାରେ ଅଟକ ରଖିଛି। ହାଣିଥିବା ରକ୍ତଲଗା କୁରାଢ଼ୀ ସେହି ଘର ମଧ୍ୟରେ ରହିଛି। ସାଇଣ୍ଟିଫିକ୍ ଟିମ ଆସିଲେ ତଦନ୍ତ ଆଗେଇବ ବୋଲି ପାଟକୁରା ଥାନା ଆଇଆଇସି ସରୋଜ ସାହୁ କହିଛନ୍ତି।
ତେବେ ପଡ଼ୋଶୀଙ୍କ ଠାରୁ ମନାନର ମୁଣ୍ଡ ଖରାପ ବୋଲି ସୂଚନା ମିଳିଛି। ପୂର୍ବରୁ ସେ ନିଜେ ଦଇଡ଼ି ଦେଇଥିଲା, ନିଜ ଘରେ ନିଆଁ ଲଗାଇଥିଲା ବୋଲି ପଡ଼ୋଶୀ କହନ୍ତି।
ତେବେ ସେ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ୧୫, ୨୦ ଓ ୨୨ ବର୍ଷର ୩ ଟି ପୁଅ ଅଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୦୬୮କୁ ବୃଦ୍ଧି
ଭୁବନେଶ୍ୱର, ୨୩/୬: ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୦୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୪୧ଜଣ, ନୂଆପଡ଼ା ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୬ଜଣ, ସମ୍ବଲପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ, ଷ୍ଟେଟ ପୁଲ୍ରୁ ୧୦ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୫୩୫ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୯୯୬୨୨୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031