Indus Valley Times

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି; ଆଉ ଜଣେ ଗୁରୁତର ଆଖି ବୁଜିଲେ, ପରିବାର ଆଣିଲା ସାଂଘାତିକ ଅଭିଯୋଗ

 Breaking News

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି; ଆଉ ଜଣେ ଗୁରୁତର ଆଖି ବୁଜିଲେ, ପରିବାର ଆଣିଲା ସାଂଘାତିକ ଅଭିଯୋଗ

ହାଇଟେକ୍ ହସ୍ପିଟାଲ ଟ୍ରାଜେଡି; ଆଉ ଜଣେ ଗୁରୁତର ଆଖି ବୁଜିଲେ, ପରିବାର ଆଣିଲା ସାଂଘାତିକ ଅଭିଯୋଗ
January 03
12:12 2024

ଭୁବନେଶ୍ୱର,୩/୧: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଏହି ମୃତକଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଅନ୍ୟ ୨ ଗୁରୁତର ଏବେ ବି ଉକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି। ୨୯ ତାରିଖରେ ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା
ସୂଚନାଯୋଗ୍ୟ, ଗତ ମାସ୨୯ ତାରିଖ ଅପରାହ୍ଣରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। କମ୍ପ୍ରେସରରେ ସମସ୍ୟା ଯୋଗୁଁ ତାହା ଫାଟି ଯାଇଥିଲା। ବିସ୍ପୋରଣରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହାକୁ ସହି ପାରିନଥିଲେ ଦିଲୀପଙ୍କ ପତ୍ନୀ ସୌମ୍ୟାଶ୍ରୀ ଜେନା(୨୪)। ତାପରେ ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031