Indus Valley Times

ହୀରାକୁଦ ଡ୍ୟାମରୁ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

 Breaking News

ହୀରାକୁଦ ଡ୍ୟାମରୁ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ହୀରାକୁଦ ଡ୍ୟାମରୁ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
August 13
22:26 2022

ସମ୍ବଲପୁର, ୧୩/୮: ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍ ଖୋଲାଯାଇଛି।
କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ଦିଆଯାଇଥିଲା। ତେବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ରୁ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ମଧ୍ୟ ଖୋଲାଯାଇପାରେ। ।
ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ବନ୍ୟାଜଳ ଆସିଛି। ଶନିବାର ମଧ୍ୟାହ୍ନରେ ୪ଟି, ଅପରାହ୍ନରେ ପୁଣି ୪ଟି, ସନ୍ଧ୍ୟାରେ ୨ଟି ଓ ବିଳମ୍ବିତ ସନ୍ଧ୍ୟାରେ ୪ଟି ଗେଟ୍କୁ ଖୋଲି ଦିଆଯାଇଛି।
ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଏଠାରେ ବିପଦ କଙ୍କେତ ୧୮.୮୩ ରହିଥିବାବେଳେ ଏବେ ବିପଦ ସଂକେତ ଉପରେ ୧୮.୯୭ରେ ଜଳସ୍ତର ପ୍ରବାହିତ ହେଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031