Indus Valley Times

୧୦ ମାସର ଶିଶୁ କନ୍ୟା ପାଇଲେ ଭାରତୀୟ ରେଳବାଇରେ ଚାକିରି

 Breaking News

୧୦ ମାସର ଶିଶୁ କନ୍ୟା ପାଇଲେ ଭାରତୀୟ ରେଳବାଇରେ ଚାକିରି

୧୦ ମାସର ଶିଶୁ କନ୍ୟା ପାଇଲେ ଭାରତୀୟ ରେଳବାଇରେ ଚାକିରି
July 10
17:58 2022

ରାୟପୁର,୧୦/୭: ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ବିଭାଗ। ଏଥିପାଇଁ ରାଧିକାର ଆଙ୍ଗୁଠି ଚିହ୍ନ ନିଆଯାଇଛି । ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଲେଓ୍ୱ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରି ଦିଆଯାଇଛି।
ସୂଚନା ଅନୁସାରେ, ଶିଶୁର ବାପା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେଓ୍ୱ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ଚୋରଡ଼ାରେ ଥିବା ସରକାରୀ ବାସଭବନରେ ସେ ରହୁଥିଲେ।
ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ବର୍ତ୍ତିଯାଇଥିଲା।
ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତର ସହ ନେଇଥିଲା। ୧୦ମାସର ଶିଶୁ କନ୍ୟା ରାଧିକାର ଥଇଥାନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଗତ ଜୁଲାଇ ୪ରେ ନିଷ୍ପତି ନିଆଯାଇଥିଲା।
ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା ।
ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବା ମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ। ଭାରତୀୟ ରେଲେଓ୍ୱ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ଏହା ପ୍ରଥମ ଘଟଣା।
ବାପାଙ୍କ ଦରମା ସହ ସମାନ ଦରମା ପାଇବେ ରାଧିକା। ଏହାପରେ ଯୋଗ୍ୟତା ଅନୁସାରେ ରେଲେଓ୍ୱରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। କେବଳ ନିଯୁକ୍ତି ନୁହେଁ ବରଂ ରାଧିକାର ଲାଳନ ପାଳନ ପାଇଁ ରାଧିକାକୁ ୧୮ ବର୍ଷ ହେବା ଯାଏଁ ତାଙ୍କ ବାପାଙ୍କ ଆକାଉଣ୍ଟରେ ପେନସନ୍ ମିଳିବ।
ଏହାଦ୍ୱାରା ରାଧିକାର ପାଠପଢା ଓ ଲାଳନପାଳନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031