Indus Valley Times

୧୩୨ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଳି ଚରାଳି ଜୀବନ୍ତ ଦଗ୍ଧ

 Breaking News

୧୩୨ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଳି ଚରାଳି ଜୀବନ୍ତ ଦଗ୍ଧ

୧୩୨ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଳି ଚରାଳି ଜୀବନ୍ତ ଦଗ୍ଧ
January 15
19:11 2024

ଢେଙ୍କାନାଳ,୧୫/୧ : ୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଘଟଇଛି ଏହି ଘଟଣା।
ମୃତ ଯୁବକଙ୍କ ନାଁ ଜଗନ ରାଉତ (୨୮)। ତାଙ୍କ ଘର ସେହି ବସୁଲେଇ ଗାଁରେ।
ବସୁଲେଇ ଗାଁ ପାଖ ଜଙ୍ଗଲ ଦେଇ ୧୩୨ କେଭି ବିଦ୍ୟୁତ ତାର ଯାଇଛି। ଆଜି ଦିନ ପ୍ରାୟ ୧୧ ଟା ବେଳେ ଜଗନ ଛେଳି ପାଇଁ ଡାଳ କାଟିବା ପାଇଁ ଜଙ୍ଗଲକୁ ଯାଇଥିଲା।
ଡାଳ କାଟିଲା ବେଳେ କୌଣସି କାରଣ ବଶତଃ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଗୋଡ଼ ପେଟ, ଛାତି ଆଦି ପୋଡି ଯାଇଥିଲା।
ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାକୁ ନେଇ ବସୁଲେଇ ଗାଁରେ ଦୁଃଖର ବାତାବରଣ ଦେଖାଦେଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031