Indus Valley Times

୧୬୦ ଛାତ୍ର ହଷ୍ଟେଲ ଛାଡ଼ିବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ, ହେବ ପୁଣି ତଦନ୍ତ

 Breaking News

୧୬୦ ଛାତ୍ର ହଷ୍ଟେଲ ଛାଡ଼ିବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ, ହେବ ପୁଣି ତଦନ୍ତ

୧୬୦ ଛାତ୍ର ହଷ୍ଟେଲ ଛାଡ଼ିବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ, ହେବ ପୁଣି ତଦନ୍ତ
August 07
20:38 2026

ଝରିଗାଁ/ ନବରଙ୍ଗପୁର,୭/୮ : ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ସେହିପରି ଡ୍ରପ୍ ଆଉଟ ପିଲାଙ୍କୁ କିପରି ଶିକ୍ଷା ମିଳିପାରିବ, ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇପାରିବ ସେଥିନେଇ ବହୁ ସ୍ଥାନରେ ହଷ୍ଟେଲମାନ ଖୋଲାଯାଇଛି।
କିନ୍ତୁ ଭିତ୍ତିଭୂମି ଅଭାବ, ନିମ୍ନମାନର ଖାଦ୍ୟ ଅଭାବ, ରହିଥିବା ସହ ଶିକ୍ଷକମାନଙ୍କ ମାନବିକତା ଏବଂ ଆନ୍ତରିକତା ଅଭାବ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ଯୋଗୁ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଶତାଧିକ ପିଲା ଅତିଷ୍ଠ ହୋଇ ହାତରେ ବ୍ୟାଗ୍ ଧରି ୧୦ କିମି ଚାଲି ଯାଇଥିଲେ।
ଶୁକ୍ରବାର ଏହି ଘଟଣାରେ ଜିଲାପାଳ ମହେଶ୍ୱର ସ୍ବାଇଁ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲା ମଙ୍ଗଳ ବିଭାଗୀୟ ଅଧିକାରୀ ପଲକା ରବୀନ୍ଦ୍ର ବିଦ୍ୟାଳୟରେ ପହଞ୍ଚି ଛାତ୍ରାବାସରେ ରହୁଥିବା ପିଲାଙ୍କ ସହ ଆଲୋଚନା କରି ଅଭିଯୋଗ କରୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ସେହିପରି ବିଦ୍ୟାଳୟ ପରିସରରେ ରହିଥିବା ଅର୍ଦ୍ଧନିମ୍ନ ଶ୍ରେଣୀ ଗୃହ, ପାଇଖାନା, ରୋଷେଇ ଗୃହ, ଚାଉଳ ରଖାଯାଇଥିବା ଗୃହ ବୁଲି ଦେଖିଥିଲେ।
ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ପିଲା ରହୁଥିବା ଛାତରୁ ପାଣି ଗଳୁଥିବା ବେଳେ ଛାତ ଉପରେ ପଲିଥିନ ପକାଯିବ ଏବଂ ପରେ ଛାତ ମରାମତି କରାଯିବ। ସେହିପରି ଆସନ୍ତା କାଲି ପାଇଖାନା ମରାମତି କରାଯିବ ନେଇ ଜିଲାପାଳ ଝରିଗାଁ ବିଡିଓଙ୍କୁ କହିଥିଲେ।
ସେହିପରି ଛାତ୍ରାବାସରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ନେଇ ଏବଂ ପିଲାମାନେ ହଷ୍ଟେଲ ଛାଡି ଚାଲିଯିବା ନେଇ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ।
ସେହିପରି ପିଲା ଛାତ୍ରାବାସ ଛାଡ଼ିବା ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ,ଏଥିସହ ଏଠାରେ ୨ଶହ ବିଶିଷ୍ଟ ଛାତ୍ରାବାସର ନୂତନ କୋଠା ପାଇଁ ସରକାରଙ୍କୁ ଅନୁମୋଦନ ନିମନ୍ତେ ଯାଇଛି।
ତାହା କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରକାଶ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ଦୁଇ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ, ବିଡିଓ ମଧୁସୂଦନ ମାଝୀ, ଏଇ ବିନିତ୍ କୁମାର ମିଶ୍ର , ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଏବିଇଓ ଦଶରଥ ଗଣ୍ଡ, ସିଆରସିସି ପଦାରବିନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନା ଯୋଗ୍ୟ ଗତ ଗୁରୁବାର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଭିତ୍ତିଭୂମି ଅଭାବ ସହ ହଷ୍ଟେଲ ଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ଯୋଗୁ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ପ୍ରାୟ୧୪୦ ଛାତ୍ର ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟକୁ ଶିକ୍ଷକ ଆସିବା ପୂର୍ବରୁ ସକାଳ ପ୍ରାୟ ୯ ଟାରୁ ହାତରେ ବ୍ୟାଗ୍ ଧରି ପ୍ରାୟ ୧୦ କି. ମି ଚାଲିଯାଇଥିଲେ।
ପତ୍ର ସଂଖ୍ୟା ୪୫୨୦/ତା-୬.୮.୨୬ ଅନୁସାରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରି ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବସ୍ଥାପିତ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31