Indus Valley Times

୨୦ରେ ବିଦେଶ ଯିବେ ମୁ୍‌ଖ୍ୟମନ୍ତ୍ରୀ; ୨୬ରେ ପୋପ୍‌ଙ୍କୁ ଭେଟିବେ

 Breaking News

୨୦ରେ ବିଦେଶ ଯିବେ ମୁ୍‌ଖ୍ୟମନ୍ତ୍ରୀ; ୨୬ରେ ପୋପ୍‌ଙ୍କୁ ଭେଟିବେ

୨୦ରେ ବିଦେଶ ଯିବେ ମୁ୍‌ଖ୍ୟମନ୍ତ୍ରୀ; ୨୬ରେ ପୋପ୍‌ଙ୍କୁ ଭେଟିବେ
June 18
20:55 2022

ନୂଆଦିଲ୍ଲୀ,୧୮/୬: ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସୋମବାର ଦିନ ଠାରୁ ୧୧ଦିନିଆ ବିଦେଶ ଗସ୍ତରେ ଯିବେ । ୨୨ବର୍ଷ ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ ହେବ । ଶନିବାର ଦିନ ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ସେଠାରୁ ୨୦ ତାରିଖ ଅପରାହ୍ନରେ ଇଟାଲୀର ରୋମ୍ ଅଭିମୁଖେ ଯିବେ। ୨୬ ତାରିଖ ଯାଏ ସେ ରୋମରେ ଅବସ୍ଥାନ କରିବେ ଏବଂ ଅବସ୍ଥାନ କାଳରେ ଭାଟିକାନସିଟି ଯାଇ ପୋପ ଫ୍ରାନ୍ସିସଙ୍କୁ ଭେଟିବେ।
ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଖାଦ୍ୟ ଓଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି.ଯାଦବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରୋମ୍ସ୍ଥିତ ଜାତିସଂଘ ଖାଦ୍ୟ କାର‌୍ୟ୍ୟକ୍ରମ(ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ମୁଖ୍ୟାଳୟରେ ଏକ କାର‌୍ୟ୍ୟକ୍ରମରେ ସାମିଲ ହେବେ। ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ଆମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତ କରୁଥିବା ବେଳେ ସେଠାରେ ଓଡ଼ିଶା ଖାଦ୍ୟ ସୁରକ୍ଷା ଓ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ସଫଳତା ସଂପର୍କରେ ଆଲୋକପାତ କରିବେ।
୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର‌୍ୟ୍ୟକ୍ରମ ରହିଛି। ରୋମ୍ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀଓଡ଼ିଆଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ମଧ୍ୟ ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031