Indus Valley Times

୫ଟି ସଚିବ ପାଣ୍ଡିଆନଙ୍କ ବାସଭବନ ଆଗରେ ପ୍ରଦେଶ ଛାତ୍ର କଂଗ୍ରେସ ଆମରଣ ଅନସନ କରିବ: ୟାସିର ନୱାଜ

 Breaking News

୫ଟି ସଚିବ ପାଣ୍ଡିଆନଙ୍କ ବାସଭବନ ଆଗରେ ପ୍ରଦେଶ ଛାତ୍ର କଂଗ୍ରେସ ଆମରଣ ଅନସନ କରିବ: ୟାସିର ନୱାଜ

୫ଟି ସଚିବ ପାଣ୍ଡିଆନଙ୍କ ବାସଭବନ ଆଗରେ ପ୍ରଦେଶ ଛାତ୍ର କଂଗ୍ରେସ ଆମରଣ ଅନସନ କରିବ: ୟାସିର ନୱାଜ
November 04
20:00 2022

ଭୁବନେଶ୍ୱର, ୪/୧୧: ଶୁକ୍ରବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ୫ଟି ସଚିବ ଶ୍ରୀ ଭି. କାର୍ତିକେୟନ ପାଣ୍ଡିଆନଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ କରିବ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଲେ ଯେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଉପରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ । ମାତ୍ର ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଏବଂ ଗିରଫ ଦାବୀରେ ନବୀନ ନିବାସ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ବାସଭବନ ଘେରାଉ କରିଥିବା ଛାତ୍ରକଂଗ୍ରେସ ନେତୃମଣ୍ଡଳୀଙ୍କ ଉପରେ ୩୦୭ ଭଳି ସଂଗୀନ ଦଫା ଲଗାଯାଇଛି । ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକିୟାରେ ଏହି ଆନ୍ଦୋଳନ କରିଥିଲା । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କର ଦୋଷ, ତ୍ରୁଟି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱରଉତୋଳନ କରିବାର ଅଧିକାର ବିରୋଧି ଦଳର ରହିଛି । ଏହି ଅଧିକାରକୁ ନବୀନ ସରକାର ବା ପୋଲିସ ଛଡ଼େଇ ନେବାପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ତାଙ୍କର ବନ୍ଧୁଙ୍କୁ ମନ୍ତ୍ରୀ ସମୀର ଦାସଙ୍କୁ ଦୋଷାରୋପ କରି ବକ୍ତବ୍ୟ ଦେଇଥିଲେ । ଏପରିକି ମନ୍ତ୍ରୀ ସମୀର ଦାସଙ୍କ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏହି ବକ୍ତବ୍ୟରେ ସ୍ପଷ୍ଟ ହୋଇପଡ଼ିଛି । ମୃତ୍ୟୁ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ର ସାହୁ ପ୍ରକାଶ କରିଥିଲେ ଯେ ତାଙ୍କର ଦୁଇଟି ମୋବାଇଲରେ ଚାଂଚଲ୍ୟକର ତଥ୍ୟ ରହିଛି । ପୋଲିସ ଏହି ମୋବାଇଲ ଦୁଇଟିକୁ ପେଡ଼ିରେ ରଖି ସମୀର ଦାସଙ୍କୁ ସୁରକ୍ଷା ଦେଉଛନ୍ତି ।
ଏ ରାଜ୍ୟରେ ଗଣତନ୍ତ୍ର ନାହିଁ । ପୋଲିସ ବିରୋଧି ଦଳଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବ୍ୟବହାର କରୁଛନ୍ତି । ପୋଲିସ ମନ୍ତ୍ରୀ ସମୀର ଦାସଙ୍କୁ ଗିରଫ କରିବା ପରିବର୍ତେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାରେ ସମୀର ଦାସଙ୍କ ସଂପୃକ୍ତି ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସର ନେତୃବୃନ୍ଦଙ୍କ କଣ୍ଠରୋଧ କରିବାପାଇଁ ଚକ୍ରାନ୍ତ କରୁଛନ୍ତି । ଛାତ୍ର କଂଗ୍ରେସ ଦୀର୍ଘଦିନ ଧରି ଏରାଜ୍ୟର ଛାତ୍ର ସମାଜ, ଉପେକ୍ଷିତ ଜନତା, ବେକାର ଯୁବକଯୁବତୀଙ୍କ ମାନଙ୍କର ନ୍ୟାୟ ପାଇଁ ଲଢ଼େଇ କରିଆସୁଛି ।
ହିଂସାତ୍ମକ ପନ୍ଥା ଛାତ୍ର କଂଗ୍ରେସ ଗ୍ରହଣ କରେ ନାହିଁ । ମାତ୍ର ପୋଲିସ ଛାତ୍ର କଂଗ୍ରେସ କର୍ମକର୍ତାଙ୍କ ନାମରେ ଯେଉଁ ମିଥ୍ୟା ମାମଲା ରୁଜୁ କରିଛି ଏହା ଅଗଣତାନ୍ତ୍ରିକ ଏବଂ ସମୀର ଦାସଙ୍କୁ ସୁରକ୍ଷା ଦେବାପାଇଁ ଅଭିପ୍ରେତ ।
୫ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ପ୍ରଶାସନର ସ୍ୱଚ୍ଛତା ଓ ନିରପେକ୍ଷତା ଦାୟୀତ୍ୱ ନେଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସମସ୍ତ ନେତାଙ୍କ ନାମରେ ରୁଜୁ ହୋଇଥିବା ୩୦୭ ଦଫା (ହତ୍ୟା ଉଦ୍ୟମ) ପ୍ରତ୍ୟାହାର, ମନ୍ତ୍ରୀ ଶ୍ରୀ ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଏବଂ ଏହି ମାମାଲାରେ ତଦନ୍ତ ପରିଷର ଭୁକ୍ତ କରାନଗଲେ ୫ଟି ସଚିବଙ୍କ ବାସଭବନ ଆଗରେ ଛାତ୍ର କଂଗ୍ରେସ ଆମରଣ ଅନଶନ ଜାରି ରଖିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖ୍ୟ ମୁଖପାତ ବିଶ୍ୱଭୂଷଣ ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି ଓ ସ୍ନେହା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031