Indus Valley Times

୬୫ ଲକ୍ଷର ବ୍ରାଉନସୁଗାର,୧୭୫ ବୋତଲ କଫସିରଫ ଜବତ,ମା’ ପୁଅ ସମେତ ୩ ଗିରଫ

 Breaking News

୬୫ ଲକ୍ଷର ବ୍ରାଉନସୁଗାର,୧୭୫ ବୋତଲ କଫସିରଫ ଜବତ,ମା’ ପୁଅ ସମେତ ୩ ଗିରଫ

December 04
12:29 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୧୨ : ଅପରେଶନ ପ୍ରହାରରେ ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ଼ ସଫଳତା। ଆଦର୍ଶ ଥାନା ଅଧୀନ ନୂଆ ସୁନ୍ଦରା ସାହିରେ ପୋଲିସ ଚଢ଼ାଉ କରି ୬୫୦ ଗ୍ରାମ୍ ବ୍ରାଉନ୍‌ସୁଗାର, ୧୭୫ ବୋତଲ କଫସିରପ୍, ଗୋଟିଏ ଡିଜିଟାଲ ୱେଟ ମେଶିନ,ପଲିଥିନ ପ୍ୟାକେଟ, ସ୍କୁଟି (ଓଡି୦୨ ଡିଜେ ୬୩୦୮), ୩ଟି ମୋବାଇଲ, ସିମ କାର୍ଡ ଜବତ କରିଛି। ଏଥିରେ ସମ୍ପୃକ୍ତି ନେଇ ମା\’ ପୁଅ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁନ୍ଦରା ସାହିର ବିଷ୍ଣୁପ୍ରିୟା ଜେନା(୪୨) ଓ ତାଙ୍କ ପୁଅ ଅଭିଜିତ ଜେନା ଓରଫ ବବ୍‌ଲୁ (୨୦) ଏବଂ ସମ୍ପର୍କୀୟ ଉପରସାହିର ଦେବାଶିଷ ପଟ୍ଟନାୟକ ଓରଫ ଜୁଡୁ(୨୩)। ଜବତ ବ୍ରାଉନ୍‌ସୁଗାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ। ତେବେ ଏହି ଘଟଣାରେ ସମ୍ପୃକ୍ତି ଥିବା ବିଷ୍ଣୁପ୍ରିୟାଙ୍କ ସ୍ବାମୀ ରମେଶ ଜେନା ଫେରାର ଅଛନ୍ତି। ଏନେଇ ଥାନାରେ ଏନ୍‌ଡିପିଏସ୍ ୨୧ (ସି) ୨୯ ଆକ୍ଟରେ ଏକ ମାମଲା (ନଂ.୫୧୨/୨୫) ରୁଜୁ କରାଯାଇଛି ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ ସୂଚନା ଦେଇଛନ୍ତି।
ସେ ଆହୁରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ସାରା ଓଡ଼ିଶାରେ ଅପରେସନ ପ୍ରହାର ଚାଲିଛି। ଜିରୋ ଟଲୋରନ୍ସ(ଶୂନ୍ୟ ଅଘଟଣ) ଉପରେ ଗୁରୁତ୍ବ ଦିଆଯାଇଛି। ସୋମବାର କୌଣସି ସୂତ୍ରରୁ ଖବରପାଇ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ସଦର ଡିଏସ୍‌ପି ନିହାର ରଞ୍ଜନ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଥାନା ଅଧିକାରୀ ସଞ୍ଜୟ ନାୟକ, ଏସ୍‌ଆଇ ଦିନେଶ ପିଙ୍ଗୁଆ, ଏଏସ୍ଆଇ ଫୁଲମଣି ହେମ୍ବ୍ରମ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସ୍ପେଶାଲ ସ୍ପାଡ୍ ସହାୟତାରେ ନୂଆ ସୁନ୍ଦରା ସାହିରେ ସକାଳ ୭ଟା ୪୦ରେ ରମେଶଙ୍କ ଘରେ ଚଢ଼ାଉ କରି ଉପରୋକ୍ତ ସାମଗ୍ରୀ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ଏବଂ କଫସିରପ୍ କେଉଁଠାରୁ ଆଣୁଥିଲେ, ଏମାନଙ୍କ ସହିତ ଆଉ କାହାର ଲିଙ୍କ ରହିଛି, କେଉଁଠିକି ସପ୍ଲାଇ କରୁଥିଲେ ତାହାର ଖୋଳତାଡ଼ ଚାଲିଛି ପୁରୀ ପରେ ଖୋର୍ଦ୍ଧାରେ ବଡ଼ଧରଣର ବ୍ରାଉନ୍‌ସୁଗାର ଜବତ କରାଯାଇଛି ଓ
ବ୍ରାଉନ୍‌ସୁଗାର କାରବାର ରୋକିବା ପାଇଁ ଏସ୍‌ପିଙ୍କ ନେତୃତ୍ବରେ ଅପରେଶନ ସ୍ଵାଇଟ ସ୍ପାଇଡର ଚାଲିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଇତି ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜରେ ୫ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଥିବା ବେଳେ ସେଥୁରୁ ବିପୁଳ ପରିମାଣର ବ୍ରାଉନ୍‌ସୁଗାର କେବଳ ଖୋର୍ଦ୍ଧା ଜିଲାରୁ ଜବତ କରାଯାଇଛି। ଏହା ଏକ ବଡ଼ ସଫଳତା। ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ।
ଅପରେଶନ ସ୍ପାଇଟ ସ୍ପାଇଡରରେ ମାମଲା ଗୁଡିକ ତ୍ବରିତ କେଶ ପରିଚାଳନା ଉପରେ ଗୁରୁତ୍ବ ଦିଆଯିବା ସହ ଗିରଫ ଅଭିଯୁକ୍ତଙ୍କ ବେଆଇନ ଭାବେ ଅର୍ଜିତ ସମ୍ପରି ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଚାଲିଛି। ସେହିପରି ଏସ୍‌ପି ଶର୍ମା କହିଛନ୍ତି ଯେ, ଖୋର୍ଦ୍ଧା ଜିଲାକୁ ନିଶାମୁକ୍ତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ ଜାରି ରହିଛି ନିଶା କାରବାରରେ ମହିଳା, ଯୁବକ ମାନଙ୍କ ସମ୍ପୃକ୍ତି ସମାଜ ପାଇଁ କ୍ଷତିକାରକ। ନିଶା ସେବନକାରୀଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ଅଧିକ ରହିଛି ।
ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ସଚେତନତା କର୍ମଶାଳା, କାଉନ୍‌ସେଲିଂ ଏବଂ ଯେଉଁମାନେ ନିଶା ଛାଡ଼ିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପରିବାର ସହ ଆଲୋଚନା କରାଯାଇ ନିଶାମୁକ୍ତି କେନ୍ଦ୍ରରେ ଚିକିତ୍ସା ସୁବିଧା ଉପଲବ୍ଧ କରାଯିବା ବ୍ୟବସ୍ଥା ଉପରେ ଗୁରୁବ ଦିଆଯାଉଛି।
ନିଶା ମୁକ୍ତି ପାଇଁ ପରିବାର ଏବଂ ସମସ୍ତଙ୍କ ସହଯୋଗ, ସହଭାଗିତା ଜରୁରୀ ବୋଲି ଏସପି କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତି, ସଦର ଡିଏସ୍‌ପି ନିହାର ରଞ୍ଜନ ପ୍ରଧାନ, ଆଦର୍ଶ ଥାନାଧିକାରୀ ସଞ୍ଜୟ ନାୟକ, ଏସ୍‌ଆଇ ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930