Indus Valley Times

ଅକ୍ଷି ମୁଠି ଅନୁକୂଳ ସହ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ : ୨.୩୨ ଚାଷୀ ଙ୍କୁ ମିଳିଲା ସିଏମ କିସାନ ସହାୟତା ରାଶି

 Breaking News

ଅକ୍ଷି ମୁଠି ଅନୁକୂଳ ସହ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ : ୨.୩୨ ଚାଷୀ ଙ୍କୁ ମିଳିଲା ସିଏମ କିସାନ ସହାୟତା ରାଶି

ଅକ୍ଷି ମୁଠି ଅନୁକୂଳ ସହ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ :  ୨.୩୨ ଚାଷୀ ଙ୍କୁ ମିଳିଲା ସିଏମ କିସାନ ସହାୟତା ରାଶି
May 02
08:57 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨/୫ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ଲର୍କିପାଲି ସ୍ଥିତ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ କୃଷି ଫାର୍ମ ଠାରେ ଜିଲ୍ଲାସ୍ତରୀୟ ଅକ୍ଷୟତୃତୀୟା ଏବଂ କୃଷକ ଦିବସ ତଥା ଅକ୍ଷି ମୁଠି ଅନୁକୂଳ ପର୍ବ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ପୌରୋହିତ୍ୟ କରି ଭୂମିପୂଜନ ଓ ପାରମ୍ପାରିକ ପୂଜାର୍ଚନା ପରେ କ୍ଷେତ ରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।
ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭା ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଚାଷୀ ମାନଙ୍କୁ କୃଷକ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଚାଷୀ ମାନେ ଯେପରି ଆହୁରି ଜାଗ୍ରତ ଓ ଉଦ୍ୟମୀ ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବଡ଼ପଣ୍ଡା,ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ,ଉଠା ଜଳସେଚନ ଅଧିକ୍ଷଣଯନ୍ତ୍ରୀ ସଚ୍ଚିଦାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟସ୍ତରୀୟ ସିଏମ କିଷାନ କାର୍ଯ୍ୟକ୍ରମ ରେ ଜିଲ୍ଲାର ୨.୩୨ ଚାଷୀ ଙ୍କୁ ସହାୟତା ମିଳିବ ବୋଲି କୃଷି ବିଭାଗ ତରଫରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031