Indus Valley Times

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଲିତ

 Breaking News

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଲିତ

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଲିତ
March 30
10:14 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୦/୩ : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହ ରେ ବଲାଙ୍ଗିର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗ ରେ ଅଖିଳ ଭାରତିୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇ ଯାଇଛି।
ଗ୍ରାହକ ପଞ୍ଚାୟତ ର ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିଲା।ଜିଲ୍ଲା ଖାଉଟି ବିଷୟକ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ।
ମୂଖ୍ୟ ଅତିଥି ଶ୍ରୀଯୁକ୍ତ ସେଠୀ କ୍ରେତା ବିକ୍ରେତାଙ୍କ ସମନ୍ଵୟ,ଶୋଷଣ ମୁକ୍ତ ସମାଜ ଗଠନ ରେ ସହାୟକ ହେବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ।
ଜିଲ୍ଲାରେ ଗୋଟିଏ ବର୍ଷ ଭିତରେ ଗୋଟିଏ ମଧ୍ୟ ଖାଉଟି ସଂକ୍ରାନ୍ତୀୟ ମାମଲା ତାଙ୍କର ଦୃଷ୍ଟି କୁ ଆସିନଥିବା ରୁ ଗ୍ରାହକ ସଚେତନତା ଓ ବିଭାଗ ର ସଚେତନତା ଉପରେ ବିଭାଗ ଅଧିକ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।
ମୂଖ୍ୟବକ୍ତା ଭାବରେ ଆଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାମାଧବ ବହିଦାର ତାଙ୍କ ବକ୍ତବ୍ୟ ରେ ଦେଶରେ ବିକ୍ରେତାମାନେ ଖାଉଟିମାନଙ୍କୁ ଯେପରି ଲୁଟି ଚାଲିଛନ୍ତି ସେଥିରୁ ସେମାନଙ୍କ ଦେଶ ପ୍ରୀତି ଜଣା ପଡ଼ୁଛି ବୋଲି କଠୋର ଶବ୍ଦ ପ୍ରୟୋଗ କରିଥିଲେ।ପରିବର୍ତ୍ତିତ ସ୍ଥାୟୀ ଜୀବନ ଶୈଳୀ ପାଇଁ ଆହ୍ଵାନ ଦେଇଥିଲେ।
ଶୀର୍ଷକ ଆଲୋଚନା ରେ ସେ ଆଜିର ବ୍ୟବସ୍ଥା ରେ ପରିବର୍ତନ ନ ଘଟିଲେ ଆମେ ଆମର ପରମ୍ପରା,ସାମାଜିକ ସମ୍ପର୍କ ଜୀବନ ଶୈଳୀ ରେ ହେଉଥିବା ପରିବର୍ତ୍ତନ କୁ ଗ୍ରହଣ କରି ଆମର ଭବିଷ୍ୟତ ପିଢୀ କୁ ଧ୍ଵଂସ ଆଡ଼କୁ ନେଇ ଯାଉଛୁ ବୋଲି କହିଥିଲେ।
ସଭିଏଁ ଯଦି ପରିବେଶ,ଜମି,ଜଳ,ଜଙ୍ଗଲ କୁ ସୁରକ୍ଷା ଦେଇ ବ୍ୟବସ୍ଥିତ କଲେ ସୁରକ୍ଷିତ ରହିବା ବୋଲି କହିଥିଲେ।ଗ୍ରାହକ ପଞ୍ଚାୟତ ଦେଶରେ ଆମର ଅଧିକାର ଉପରେ କାମ କରି ଆସିଛି।ଗ୍ରାହକ କୁ ରାଜା ବୋଲି ଅଭିହିତ କରି ତାର ବ୍ୟବସ୍ଥା କରିଛି।
ସମ୍ମାନୀତ ଆତିଥି ଭାବରେ ବଲାଙ୍ଗିର ନଗରପାଳ ଶ୍ରୀମତି ଲିକା ସାହୁ ଯୋଗଦାନ ଦେଇ ହେଉଥିବା ଅନଲାଇନ ଠକାମୀ ବୃଦ୍ଧି ପାଉଥିବା ରୁ ଚିନ୍ତା ବ୍ୟକ୍ତ କରି ଏଦିଗରେ ଅଧିକ ସଚେତନ ହୋଇ ଅଳ୍ପ ସମୟ ରେ ଅଧିକ ଲାଭ ଲୋଭ ମନୋବୃତ୍ତି ପରିହାର କରିବା ଉପରେ ମତ ପୋଷଣ କରିଥିଲେ।
ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଖାଉଟି ବିଷୟ ଉପରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ପ୍ରଥମେ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଉପରେ ରଶ୍ମି ରଞ୍ଜନ ପରିଡ଼ା,ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ବିଭାଗ ଦ୍ବାରା ନେଇଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ।
ଗ୍ରାହକର ଅଧିକାର କଣ ଏଥିପାଇଁ ନେବାକୁ ଥିବା ବିଭିନ୍ନ ବିଷୟ ଉପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ରାଉତ ନିଜ ବକ୍ତବ୍ୟ ରେ କହିଥିଲେ।
ସଭାପତି ଶତପଥୀ ତାଙ୍କ ଅଭିଭାଷଣ ରେ ଗ୍ରାହକ ପଞ୍ଚାୟତ ସଚେତନତା ଦିଗରେ ବିଭିନ୍ନ ବିଷୟ ଆଲୋଚନା କରିଥିଲେ।
ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ମାନଂକୁ ଶ୍ରିଫଳ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରାଯାଇଥିଲା।ବରିଷ୍ଟ ସଦସ୍ୟ ଅଶୋକ ମିଶ୍ର ଗ୍ରାହକ ଗୀତ ଓ ଶେଷରେ ଶାନ୍ତି ପାଠ କରିଥଲେ।କାର୍ଯ୍ୟକ୍ରମ କୁ କସ୍ତୁରୀ ରଥ ପରିଚାଳନା କରିଥିଲେ।
ଶେଷରେ ରଞ୍ଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ର ସଫଳ ପାଇଁ ଉପସଭାପତି ମହେଶ୍ୱର ସହୁ,କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ,ରାଜ୍ୟ ମହିଳା ସଂଯୋଜିକା ସଂଯୁକ୍ତା ମିଶ୍ର,ସହ ସଂପାଦିକା ନିହାରିକା ମିଶ୍ର,କାର୍ଯ୍ୟକାରି ସଦସ୍ୟ ଦିବାକର ହୋତା ଓ ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031