Indus Valley Times

ଅଗସ୍ତି ମହାକୁଡ ହତ୍ୟା ଘଟଣାର ପରଦାଫାସ କଲେ ବୌଦ୍ଧ ଏସପି ଜଣେ ମହିଳାଙ୍କ ସମେତ ୩ ଗିରଫ

 Breaking News

ଅଗସ୍ତି ମହାକୁଡ ହତ୍ୟା ଘଟଣାର ପରଦାଫାସ କଲେ ବୌଦ୍ଧ ଏସପି ଜଣେ ମହିଳାଙ୍କ ସମେତ ୩ ଗିରଫ

January 06
20:46 2021

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୬/୧: ବୌଦ୍ଧଗଡ ରାଜନପାଲିର ଅଗସ୍ତି ମହାକୁଡଙ୍କୁ ହତ୍ୟା ଘଟଣାରେ ବୁଧବାର ଦିନ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୌଦ୍ଧ ପୁଲିସ । ଏନେଇ ବୌଦ୍ଧ ଏସପି ଭି. ରଘୁନାଥ ରାଓ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଏହି ହତ୍ୟା ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣକୁ ବୌଦ୍ଧ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧଥାନା ଅନ୍ତର୍ଗତ ସରସରା ପଂଚାୟତ ସାନବାଗବର ଗ୍ରାମର ବିନୋଦ ବେହେରା(୨୫), କଣ୍ଟୁଆଣି ଗ୍ରାମର ବେଲାରସେନ ମହାକୁଡ(୪୯) ଓ ରାଜନପାଲିର ବନିତା ବିଶି(୩୫) ବୋଲି ଏସପି ପ୍ରକାଶ କରିଛନ୍ତି ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଗସ୍ତି ମହାକୁଡ ହତ୍ୟାଘଟଣା ପର୍ଦ୍ଦାଫାଶ କରି ଏସପି ଶ୍ରୀ ରାଓ କହିଲେ ଯେ,ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରସରା ପଂଚାୟତ ସାନବାଗବର ଗ୍ରାମର ବିନୋଦ ବେହେରାଙ୍କ ସହିତ ରାଜନପାଲି ବନିତା ବିଶି(୩୫)ଙ୍କ ସହିତ ଦୀର୍ଘ ତିନି ବର୍ଷହେବ ସଂପର୍କ ରହିଆସିଥିôଲା । ଯାହାଫଳରେ ସେ ରାଜନପାଲିକୁ ଯିବା ଆସିବା କରୁଥିଲା । ଗତକିଛି ମାସ ହେବ ବିନୋଦ ନିର୍ଭୟରେ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲା । ଏହାକୁ ନେଇ ରାଜନପାଲିର ଅଗସ୍ତି ବିରୋଧ କରି ଆସୁଥିଲେ । ଯାହାଫଳରେ ବିନୋଦ ଓ ଅଗସ୍ତିଙ୍କ ମଧ୍ୟରେ ବିଭିନ୍ନ ସମୟରେ ଯୁକ୍ତିତର୍କ ହେଉଥିଲା । ଏପରିକି ବିନୋଦ ଅଗସ୍ତିକୁ ହତ୍ୟା ଧମକ ମଧ୍ୟ ଦେଇଥିଲା । ଅଗସ୍ତି ଗତ ଡିସେମ୍ବର ମାସ ୩୦ ତାରିଖ ଦିନ ସାଢେ ଚାରିଟା ସମୟରେ ଘରୁ ବୁଲିବାକୁ ବାହାରି ଥିଲା । ତାପରେ ସେ କଣ୍ଟୁଆଣି ଗ୍ରାମର ବେଲାରସେନ ମହାକୁଡଙ୍କ ସହିତ ବିଭିନ୍ନ ଆଡେ ବୁଲାବୁଲି କରିଥିଲେ । ବୌଦ୍ଧ ସହର ଏନ୍‌ଏସି ଛକ ଠାରେ ସେମାନେ ବିନୋଦ ସହିତ ସନ୍ଧ୍ୟା ସାଢେଛଅଟା ମିଶିଥିଲେ । ସେଠାରେ ସେମାନେ ରାତି ସାଢେ ଆଠଟା ପର୍ଯ୍ୟନ୍ତ ରହିଥିଲେ । ଏହି ସମୟରେ ବିନୋଦ ଅଗସ୍ତିକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ସେଥିପାଇଁ ସେ ମଦ ପିଇବା ପାଇଁ ଉକ୍ତ ମହିଳାଙ୍କୁ ୫୦୦ ଟଙ୍କା ମାଗିଥିବା ବେଳେ ମହିଳା ବିନୋଦକୁ ୩୦୦ ଟଙ୍କା ଦେଇଥିଲେ । ସେହି ପଇସାରେ ମଦ ପାଉଚ କିଣି ବେଲାରସେନ ଆଣିଥିବା ଏକ ବୁଲେଟ(ଓଡି ୨୭ ବି ୭୨୨୭)ରେ ବେଲାରସେନ ଚଲାଇ ଥିବା ବେଳେ ଅଗସ୍ତି ମଝିରେ ବସିଥିଲା ଓ ବିନୋଦ ପଛରେ ବସି ଲିପସା ଛକ ଦେଇ ଜିଲ୍ଲା ଷ୍ଟାଡିୟମ ନିକଟରେ ଏକ ବିଲ ମଧ୍ୟରେ ଥିବା ବାଲିଗଦା ପାଖକୁ ଯାଇ ସେଠାରେ ବସି ମଦ ପିଇବା ଆରମ୍ଭ କରିଥିଲେ । ଏହି ସମୟରେ ଅଗସ୍ତି ସେଠାକୁ ନଯିବା ପାଇଁ ବିନୋଦକୁ କହିଥିଲା । ଯାହଫଳରେ ସେମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏହି ସମୟରେ ବେଲାରସେନ ଅଗସ୍ତିକୁ ଠେଲିଦେଲା । ଯାହାଫଳରେ ଅଗସ୍ତି ପଡିଯାଇଥିଲା । ବିନୋଦ ଅଗସ୍ତିର ତଣ୍ଡିକୁ ଚିପିଧରି ମୁହଁକୁ ମୁଥ ମୁଥ ମାରିଥିଲା । ଏହି ସମୟରେ ବେଲାରସେନ ଅଗସ୍ତିର ଗୋଡକୁ ଜାବୁଡି ଧରିଥିଲା । ବିନୋଦ ତଣ୍ଡି ଚିପି ମାରିଦେବା ପରେ ସେଠାରେ ଗଦା ହୋଇଥିବା ବାଲିରେ ଅଗସ୍ତିକୁ ପୋତି ଚାଲିଆସିଥିଲେ । ଏହା ପରେ ବିନୋଦ ଉକ୍ତ ମହିଳାଙ୍କ ସହିତ ୧୪୭୧ ସେକେଣ୍ଡ ମୋବାଇଲରେ କଥା ହୋଇଥିଲେ । ଅଗସ୍ତି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଜାନୁଆରୀ ୧ ତାରିଖ ଦିନ ବୌଦ୍ଧଥାନାରେ ଅଗସ୍ତି ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ୩ ତାରିଖ ଦିନ ବୌଦ୍ଧ ପୋଲିସ ଖବର ପାଇଲା ଜିଲ୍ଲା ଷ୍ଟାଡିୟମ ନିକଟରେ ଏକ ବିଲ ମଧ୍ୟରେ ଗଦା ହୋଇଥିବା ବାଲିରେ ଶବର କିଛି ଅଂଶ ବାହାରକୁ ଦିଶୁଛି ଓ ତାକୁ କୁକୁର ଖାଉଛନ୍ତି । ପୋଲିସ ସେଠାରେ ପହଂଚି ଶବକୁ ଜବତ କରି ଅଗସ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଆସି ଅଗସ୍ତିର ଶବ ବୋଲି ଚିହ୍ନଟ କରିଥିଲେ । ପୋଲିସ ସେଠାରେ ପଡିଥିବା ମଦ ପାଉଚକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ପୋଲିସ ସାଇଣ୍ଡିଫିକ ଟିମର ସହାୟତା ନେଇଥିଲା । ପୋଲିସ ତଦନ୍ତ ପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ଏହି ହତ୍ୟା ଘଟଣ।।ରେ ପୋଲିସ ବିନୋଦ, ବେଲାରସେନ ଓ ବନିତାକୁ ଗିରଫ କରିଥିଲେ ବୋଲି ଏସପି ସୂଚନା ଦେଇଥିଲେ । ଏହି ହତ୍ୟାକାଣ୍ଡ ରାତି ୯ଟା ୧୧ ମିନିଟ ପରେ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସାଲେଷ୍ଟିନ ଟିଗା, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ଉପସ୍ଥିତଥିଲେ ।
କଣ୍ଟୁଆଣି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟର୍
ବୌଦ୍ଧ,୬/୧: ବୌଦ୍ଧ ବ୍ଲକ ମୃଷୁଣ୍ଢି ପଞ୍ଚାୟତର କଣ୍ଟୁଆଣୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଅନାଦି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତେଲିବନ୍ଧ ସିଆରସିସି ରାଜ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋ ସ୍କୁଲ ଅଭିଯାନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ଖଡିରତ୍ନ ଯୋଗଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଜଗଦିଶ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବାସହ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଯୋଗଦେଇ ୧୯୫୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ଅନୁଭୁତି ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଆଲୁମିନି ସଭାପତି ଭାବେ ବିବେକା ମହାକୁଳଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଶିକ୍ଷୟତ୍ରୀ ସୁଜତା ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନିର୍ମାଣ ଏବଂ ପାଚେରୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଡକ୍ଟର ଆମ୍ବେଦକର ଫାଉଣ୍ଡେସନ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୬/୧: ବୌଦ୍ଧ କୋର୍ଟ ଛକ ଠାରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନିର୍ମାଣ ଏବଂ ପାଚେରୀ ନିର୍ମାଣ କରିବା ପାଇଁ ବୌଦ୍ଧଜିଲ୍ଲା ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବୁଧବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖରା ବର୍ଷା ଦାଉରୁ ପ୍ରତିମୂର୍ତ୍ତିକୁ ରକ୍ଷା କରିବା ପାଇଁ ପ୍ରତିମୂର୍ତ୍ତି ଉପରେ ଛାତ ନିର୍ମାଣ କରିବା ସହିତ ଏକ ପାଚେରୀ ନିର୍ମାଣ କରିବାକୁ ଦାବି କରାଯାଇଛି । ଏଥିରେ ସଭାପତି ଅନାଦୀ ବାଦୀ, ସଂପାଦକ ଜାମିନୀ ମୁଖୀ, ବ୍ରହ୍ନାନନ୍ଦ ବେହେରା, ଉଦ୍ଧବ ବେହେରା, ଅର୍ଜୁନ ବେହେରା, ସୁଜ୍ଞାନ ବାଘ ପ୍ରମୁଖ ସାମିଲଥିଲେ ।
ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନତି କରଣ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୬/୧: ବୌଦ୍ଧ ସହର ମଧ୍ୟରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମେତ ପରିସରର ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଯୋଜନା ଚୁଡାନ୍ତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ଉନ୍ନତି ପାଇଁ ୧କୋଟି ଟଙ୍କା ଅନୁଦାନ ଯୋଇଗାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ପ୍ରତିନିଧି ମଣ୍ଡଳ ସହିତ ମନ୍ଦିର ପରିଦର୍ଶନ କରି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମୀକ୍ଷା କରିଥିଲେ । ବୌଦ୍ଧ ସହରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ନିର୍ମାଣ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ମନ୍ଦିର ପରିସରରେ ନୂତନ ଭାବେ ଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର, ଶିବ ମନ୍ଦିର, କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ଜାଗା ନିରୁପଣ କରାଯାଇଛି । ମନ୍ଦିର ପରିସରରେ ରହିଥିବା ଖୋଲାପଡିଆରେ ସାଂସ୍କୃତିକ ମଣ୍ଡପ ନିର୍ମାଣ ସହିତ ରଥଖଳା ନିର୍ମାଣ କରାଯିବ । ଐତିହାସିକ ଗଡଖାଇର ପୁନରୁଦ୍ଧାର କରି ବିକାଶ କରିବା ପାଇଁ ଯୋଜନା ହୋଇଥିବା ଜଣାପଡିଛି ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031