Indus Valley Times

ଅଗ୍ନିକାଣ୍ଡରେ ଜଳିଗଲା ପୋଷାକ ଶୋ ରୁମ୍

 Breaking News

ଅଗ୍ନିକାଣ୍ଡରେ ଜଳିଗଲା ପୋଷାକ ଶୋ ରୁମ୍

ଅଗ୍ନିକାଣ୍ଡରେ ଜଳିଗଲା ପୋଷାକ ଶୋ ରୁମ୍
May 05
21:15 2024

ଆନନ୍ଦପୁର, ୫/୫ : ଆନନ୍ଦପୁରରେ ଏକ ସପିଙ୍ଗ୍ ମଲ୍ରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ସବୁ ସାମଗ୍ରି। ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ସପିଙ୍ଗ୍ ମଲ୍ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ସୂଚନା ଆନୁସାରେ ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ସପିଙ୍ଗ୍ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଜ ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି। ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ହେଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ଆହୁରି ଦମକଳ ଗାଡ଼ିର ଅବସ୍ୟକ ପଡ଼ିଲା। ସେଥିପାଇଁ ଅନନ୍ଦପୁର, ଘସିପୁରା, ହାଟଡ଼ିହି, ଘଟଗାଁ, ଯାଜପୁର ରୋଡ଼ରେ ଥିବା ଦମକଳ କେନ୍ଦ୍ରରୁ ୭ଟି ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।
ତେବ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମଲ୍ରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ବହାରି ଆସିଛନ୍ତି। ମଲ୍ର ଗୋଟିଏ ପଟ କାନ୍ଥ ଭାଙ୍ଗି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031