Legatus

ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସିର ଖବର, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

 Breaking News

ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସିର ଖବର, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସିର ଖବର, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
February 04
18:02 2025

ଓଡ଼ିଶା, ୪/୨ : ଭତ୍ତା ବଢାଇଲେ ଓଡ଼ିଶା ସରକାର। ଏମାନଙ୍କ ପାଇଁ ବଡ଼ ଖୁସି ଖବର। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସରକାର ଦେଲେ ବଡ଼ ଭେଟି । ବଢିଲା ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି । କେବଳ ଭତ୍ତା ନୁହେଁ ବରଂ ଘରଭଡା ସହ ମେଡିକାଲ ଖର୍ଚ୍ଚ ବି ବହନ କରିବେ ସରକାର ।
ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭତ୍ତା ଯୋଗାଇଦିଆଯିବ । ଡାଏଟ ଭତ୍ତା ୯୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମୋଟରସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ମୋବିଲିଟି ଭତ୍ତା ୧୫୦ରୁ ୩୦୦କୁ ବଢାଇଦିଆଯାଇଛି । କର୍ମଚାରୀଙ୍କୁ ମିଳୁଥିବା ରିସ୍କ ଭତ୍ତା ୪୦୦ରୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାଦ୍ୱାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930