Indus Valley Times

ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ପିଲାଙ୍କ ପାଇଁ ରୋଷେଇ ବେଳେ ଅଘଟଣ

 Breaking News

ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ପିଲାଙ୍କ ପାଇଁ ରୋଷେଇ ବେଳେ ଅଘଟଣ

November 11
17:27 2022

ସାଲେପୁର,୧୧/୧୧: ଅଙ୍ଗନୱାଡି କେନ୍ଦ୍ରରେ କୁନି କୁନି ପିଲା ପାଠ ପଢ଼ୁଥିବା ବେଳେ ହଠାତ୍ ଘଟିଲା ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ନିମିଷେକ ମଧ୍ୟରେ ହୁତୁହୁତୁ ହୋଇ ଜଳିଉଠିଲା ସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ର । ହେଲେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସବୁ କୁନି କୁନି ପିଲା। ଆଜି ଏପରି ଲୋମଟାଙ୍କୁରା ଘଟଣା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଘଟିଛି।
ସବୁଦିନ ପରି ଆଜି ବି ସ୍ୱାଭାବିକ ଭାବେ ଲଳିତଗିରି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲା। ଆଜି ପ୍ରାୟ ୨୦ ପିଲା ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ବୟସ ୫ ବର୍ଷରୁ କମ୍ । ଏହି ସମୟରେ କେନ୍ଦ୍ରକୁ ଲାଗି କରି ଥିବା ରୋଷେଇ ଘରୁ ପାଚିକା ରୋଷେଇ ସାରି ବାହାରି ଆସିଥିଲେ। ଏହାପରେ ହଠାତ୍ ଭିତରୁ ଧୂଆଁ ବାହାରିବା ସହ ନିଆଁ ଜଳିବା ଦେଖିବାକୁ ପାଇଲେ ପାଚିକା।
ଏହାଦେଖି କ’ଣ କରିବେ କିଛି ସମୟ ପର‌୍ୟ୍ୟନ୍ତ ଭାବି ପାରି ନ ଥିବା ପାଚିକା ଓ ଅଙ୍ଗନୱାଡି ଦାଦି ତୁରନ୍ତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଟେକି ନେଇଥିଲେ। ଫଳରେ କେନ୍ଦ୍ରରେ ଥିବା ସମସ୍ତ ପିଲା ସୁରକ୍ଷିତ ଭାବେ ଉଦ୍ଧାର ହୋଇ ପାରିଛନ୍ତି। ଏହାପରେ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ତା’ ଭିତରେ ଥିବା ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି।
ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ନିଜ ପିଲାଙ୍କ ସୁରକ୍ଷାର ପ୍ରଶ୍ନ ଉଠାଇଛନ୍ତି। ସବୁବେଳେ ବିପଦସଙ୍କୁଳ ଭାବେ ପାଠପଢ଼ା ଜାଗା ନିକଟରେ ରୋଷେଇ ହେଉଥିବା ବେଳେ ଏହାକୁ କେବେ ବି ଯାଞ୍ଚ କରାଯାଇ ନ ଥାଏ। ଏହାଦ୍ୱାରା ବହୁ ନିଷ୍ପାପ ଶିଶୁଙ୍କ ଜୀବନ ବିପଦକୁ ଠେଲି ହୋଇ ଯାଉଥିବା କହିଛନ୍ତି ଅଭିଭାବକ । ତେଣୁ ତୁରନ୍ତ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930