Indus Valley Times

ଅଜଣା ମୃତ୍ୟୁ ବ୍ୟକ୍ତିର ଶବକୁ ନେଇ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା

 Breaking News

ଅଜଣା ମୃତ୍ୟୁ ବ୍ୟକ୍ତିର ଶବକୁ ନେଇ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା

ଅଜଣା ମୃତ୍ୟୁ ବ୍ୟକ୍ତିର ଶବକୁ ନେଇ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା
November 21
20:40 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧୧ : ଗୁରୁବାର ପ୍ରାୟ ସକାଳ ୧୧ ଘଣ୍ଟା ସମୟରେ , କୃଷ୍ଣମୋହନପୁର ନଦୀ ଘାଟ ନିକଟ ମହାନଦୀ ନଦୀ ମଧ୍ୟରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ୍ ପିଟ୍ ଭିତରୁ ଗୋଟିଏ ଅଜଣା ପୁରୁଷ ମୃତଦେହ ମିଳିଥିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୋଲିସ୍‌କୁ ସୂଚନା ଦେଇଥିଲେ ।
ଏ ସମ୍ବନ୍ଧରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ନମ୍ବର – ୫୫ /୨୦୨୫ ରୁଜ୍ଜୁ କରି ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ମୃତକଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ହେବ (ଆନୁମାନିକ) । ଉପସ୍ଥିତ ଲୋକ , ମାଜିଷ୍ଟ୍ରେଟ, ଗ୍ଦମସରଦ୍ଭଗ୍ଧସଲସମ ଅଫିସର ଙ୍କ ଉପସ୍ଥିତିରେ ଶବ ଟିର ପଞ୍ଚନାମା କରାଯାଇ, ଯୁଗ୍ମ ମେଡ଼ିକାଲ ଅଫିସରଙ୍କ ଦ୍ୱାରା ପୋଷ୍ଟମର୍ଟେମ କରାଯାଇଛି ।
ମୃତକଙ୍କ ପରିଚୟ ଅଜଣା ଥିବାରୁ, ହରାଇଥିବା ପରିବାର ଲୋକ କିମ୍ବା ମୃତକଙ୍କୁ ଚିହ୍ନିପାରୁଥିବା ଲୋକମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଆଦର୍ଶ ଥାନା, ବୌଦ୍ଧ, ଜିଲ୍ଲା – ବୌଦ୍ଧ ଙ୍କ (୯୪୩୮୯୧୬୬୯୨ ) ସହିତ ତତ୍କାଳ ସମ୍ପର୍କ କରନ୍ତୁ ।
ଘଟଣା ସମ୍ପର୍କରେ ଉଚିତ ତଦନ୍ତ ଜାରି ରହିଛି ବୋଲି ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି ବୌଦ୍ଧ ଆଦର୍ଶ ଭାରପ୍ରାପ୍ତ ଥାନା ଅଧିକାରୀ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031