Indus Valley Times

ଅଜୟ ଦେବଗନଙ୍କ ଦମଦାର ଡାଇଲଗଙ୍କ ସହ ରିଲିଜ୍ ହେଲା ଫିଲ୍ମ ‘ଭୁଜ : ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ଟିଜର

 Breaking News

ଅଜୟ ଦେବଗନଙ୍କ ଦମଦାର ଡାଇଲଗଙ୍କ ସହ ରିଲିଜ୍ ହେଲା ଫିଲ୍ମ ‘ଭୁଜ : ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ଟିଜର

ଅଜୟ ଦେବଗନଙ୍କ ଦମଦାର ଡାଇଲଗଙ୍କ ସହ ରିଲିଜ୍ ହେଲା ଫିଲ୍ମ ‘ଭୁଜ : ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ଟିଜର
July 11
20:21 2021

ମୁମ୍ବାଇ ୧୧।୦୭: ବଲିଉଡର ଦିଗ୍‌ଜ ଅଭିନେତା ଅଜୟ ଦେବଗନ ନିଜର ଆଗାମୀ ଆକ୍ସନ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ ଇଣ୍ଡିଆ’ର ପ୍ରଥମ ଟିଜର ପୋଷ୍ଟ କରିଛନ୍ତି। ଅଜୟ ଦେବଗନ ପୋଷ୍ଟ କରିବା ମାତ୍ରେ ଫିଲ୍ମର ଟିଜରକୁ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରତିକ୍ରିୟା ମିଳୁଛି। ଫିଲ୍ମରେ ଭରପୁର ଆକ୍ସନ, ଫାଇଟ୍ ସିନ୍ ଓ ଦମଦାର ସଂଳାପର ଝଲକ ଦେଖିବାକୁ ମିଳିଛି। ଏବେ ପ୍ରଶଂସକ ଟିଜର ଦେଖିବା ପରେ ଟ୍ରେଲରକୁ ଚାତକ ପରି ଚାହିଁ ରହିଛନ୍ତି।
ଅଜୟ ଟିଜରଙ୍କୁ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ଏ ପର୍ଯ୍ୟନ୍ତର ସବୁଠୁ ବଡ ଲଢେଇ। ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ୍ କରାଯିବ। ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ ଇଣ୍ଡିଆ’ ଅଗଷ୍ଟ ୧୩ରେ କେବଳ ଡିଜ୍ନୀ ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ।
ଏହି ଫିଲ୍ମରେ ପ୍ରମୁଖ ଚରିତ୍ରରେ ଅଜୟ ଦେବଗନ, ସଞ୍ଜୟ ଦତ୍ତ, ଏମି ଓ୍ଵିର୍କ, ସୋନାକ୍ଷୀ ସିହ୍ନା, ଶରଦ କେଲକର ଓ ନୋରା ଫତେହି ଅଭିନୟ କରିଛନ୍ତି। ଦେଶଭକ୍ତିର ଭାବନାରେ ପ୍ରେରିତ ଏହି ଫିଲ୍ମର କାହାଣୀ ସ୍କ୍ଵାଡ୍ରନ ଲିଡର ବିଜୟରଙ୍କ କାହାଣୀ ଉପରେ ପର୍ଯ୍ୟବେସିତ, ଯିଏ ୧୯୭୧ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭୁଜ ବିମାନ ବନ୍ଦରର ଚନଚାର୍ଜ ଥିଲେ। ବିଜୟ ଓ ତାଙ୍କ ଟିମ୍ ମହିଳାଙ୍କ ସାହାଯ୍ୟରେ ଭୁଜରେ ନଷ୍ଟ ହୋଇଥିବା ଆଇଏଏଫ ଏୟାରବେସ୍କୁ କମ ସମୟରେ ପୁନନିର୍ମାଣ କରିଥିଲେ। ଆକ୍ରମଣରେ ଏହି ଏୟାରବେସ୍ ନଷ୍ଟ ହୋଇ ଯାଇଥିଲା, ଯାହାକୁ ବିଜୟ ୩୦୦ ମହିଳାଙ୍କ ସାହାଯ୍ୟରେ ପୁନର୍ନିମାଣ କରିଥିଲେ। ଏହାକୁ ଭାରତର ‘ପର୍ଲ ହାର୍ବର ମୋମେଣ୍ଟ’ କୁହାଯାଏ। ଫିଲ୍ମଟି ୧୯୭୧ ଭାରତ-ପାକିସ୍ତାନ ଲଢେଇ ଉପରେ ଆଧାରିତ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031