Indus Valley Times

ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଘରେ ପଶିଲା ଭିଜିଲାନ୍ସ, ୧୭ ଦିନ ପରେ ନେଇଥା’ନ୍ତେ ଅବସର

 Breaking News

ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଘରେ ପଶିଲା ଭିଜିଲାନ୍ସ, ୧୭ ଦିନ ପରେ ନେଇଥା’ନ୍ତେ ଅବସର

ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଘରେ ପଶିଲା ଭିଜିଲାନ୍ସ, ୧୭ ଦିନ ପରେ ନେଇଥା’ନ୍ତେ ଅବସର
February 11
11:14 2022

ସୁନ୍ଦରଗଡ ୧୧/୨: ଚାକରିରୁ ଅବସର ନେବା ପାଇଁ ୧୭ ଦିନ ବାକି ଥିଲା। ହେଲେ ଶୁକ୍ରବାରସକାଳେ ଘରେ ପଶିଲା ଭିଜିଲାନ୍ସ । ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟ୍ ବିଶ୍ବଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ସୁନ୍ଦରଗଡ ସମେତ ଭୁବନେଶ୍ବର, ଜଗତସିଂହପୁରରେ ଚଢ଼ାଉ ଜାରି ରହିଛି ।
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫ୍ଲାଟ୍, ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର, ଜଗତସିଂହପୁର ମଣିଜଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ ସ୍ଥିତ ସରକାରୀ ବାସଭବନ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କ ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍ ୱାରେଣ୍ଟ ବଳରେ ଚାଲିଛି ଚଢାଉ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031