Indus Valley Times

ଅତ୍ୟନ୍ତ ଚିନ୍ତା ଜନକ: ଛାତ୍ରଛାତ୍ରୀଙ୍କ ଆତ୍ମ ହତ୍ୟାରେ ଓଡ଼ିଶା ଦ୍ୱିତୀୟ

 Breaking News

ଅତ୍ୟନ୍ତ ଚିନ୍ତା ଜନକ: ଛାତ୍ରଛାତ୍ରୀଙ୍କ ଆତ୍ମ ହତ୍ୟାରେ ଓଡ଼ିଶା ଦ୍ୱିତୀୟ

July 04
07:53 2022

ଭୁବନେଶ୍ୱର,୪/୭: ଓଡ଼ିଶା ପୋଲିସ୍‌ର ଚିନ୍ତା ଜନକ ରିପୋଟ । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଆତ୍ମ ହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଓଡ଼ିଶା ପୋଲିସ୍‌ର ରିପୋର୍ଟ ଅନୁଯାଇ ୨୦୨୦ ମସିହାରେ ସାରାଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ବିଗତ ବର୍ଷମାନଙ୍କର ଆତ୍ମହତ୍ୟାର ଏକ ଲମ୍ବା ରେକର୍ଡକୁ ଏହି ବର୍ଷ ଭାଙ୍ଗିଦେଇଛି। ମୋଟ ୧,୪୬୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀ ହଠାତ୍ ଏତେସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାଭଳି ଉଦ୍ବେଗଜନକ ଚିତ୍ର ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି।
ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ୧,୪୬୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଯୋଗୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ୧,୬୪୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତୃତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୧,୧୫୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯, ୨୦୧୮ରେ ୫୦୧, ୨୦୧୭ରେ ୩୬୧, ୨୦୧୬ରେ ୩୯୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୨୦ରୁ ୨୦୧୬ ଭିତରେ ମୋଟ ୩,୧୦୦ ଜଣ ଆତ୍ମହତ୍ୟା କରିଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୮୪୮ ଏବଂ ଛାତ୍ରୀଙ୍କ ସଂଖ୍ୟା ୧,୨୫୨ ଥିବା ଓଡ଼ିଶା ପୁଲିସ ରିପୋର୍ଟରୁ ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031