Indus Valley Times

ଅଧାରହିଗଲା ରଥଯାତ୍ରା ଖବର ସଂଗ୍ରହ, ଦୁର୍ଘଟଣାରେ ଚାଲିଗଲା ଫଟୋ ସାମ୍ବାଦିକଙ୍କ ଜୀବନ

 Breaking News

ଅଧାରହିଗଲା ରଥଯାତ୍ରା ଖବର ସଂଗ୍ରହ, ଦୁର୍ଘଟଣାରେ ଚାଲିଗଲା ଫଟୋ ସାମ୍ବାଦିକଙ୍କ ଜୀବନ

ଅଧାରହିଗଲା ରଥଯାତ୍ରା ଖବର ସଂଗ୍ରହ, ଦୁର୍ଘଟଣାରେ ଚାଲିଗଲା ଫଟୋ ସାମ୍ବାଦିକଙ୍କ ଜୀବନ
July 01
10:51 2022

ଭୁବନେଶ୍ବର,୧/୭: ଶୁକ୍ରବାର ସକାଳେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ କଳ୍ପନା ଅଛନ୍ତି।
ସୂଚନା ଅନୁଯାୟୀ, ରଥଯାତ୍ରାର ଖବର ସଂଗ୍ରହ ପାଇଁ ଅଶୋକ ପଣ୍ଡା ନିଜ ବାଇକରେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସେ ଛିଟିକି ହୋଇପଡ଼ିଥିଲେ।
ସେଠାରୁ ତାଙ୍କୁ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ଏହାଛଡ଼ା ସେ କେତେକ ଜାତୀୟ ସମ୍ବାଦପତ୍ରରେ ବି କାର୍ଯ୍ୟ କରିଥିଲେ।
ସ୍ବର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ। ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ ନିଜର ଟୁଇଟରରେ ଲେଖିଛନ୍ତି, ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031