Indus Valley Times

ଅଧାରୁ ମଞ୍ଚ ଉପରକୁ ଚଢ଼ି କାର୍ଯ୍ୟକ୍ରମକୁ ବନ୍ଦ କଲା ପୁଲିସ୍; ଗୀତ ଗାଇବା ମଝିରେ ମଞ୍ଚ ତଳକୁ ଓହ୍ଲାଇଲେ ଏଆର୍ ରହମାନ୍

 Breaking News

ଅଧାରୁ ମଞ୍ଚ ଉପରକୁ ଚଢ଼ି କାର୍ଯ୍ୟକ୍ରମକୁ ବନ୍ଦ କଲା ପୁଲିସ୍; ଗୀତ ଗାଇବା ମଝିରେ ମଞ୍ଚ ତଳକୁ ଓହ୍ଲାଇଲେ ଏଆର୍ ରହମାନ୍

ଅଧାରୁ ମଞ୍ଚ ଉପରକୁ ଚଢ଼ି କାର୍ଯ୍ୟକ୍ରମକୁ ବନ୍ଦ କଲା ପୁଲିସ୍; ଗୀତ ଗାଇବା ମଝିରେ ମଞ୍ଚ ତଳକୁ ଓହ୍ଲାଇଲେ ଏଆର୍ ରହମାନ୍
May 01
18:03 2023

ମୁମ୍ବାଇ,୧/୫: ଓସ୍କାର ବିଜେତା ଗାୟକ ତଥା ସଂଗୀତ ରଚନା ଏ.ଆର ରେହମାନଙ୍କର କୌଣସି ପୃଥକ ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ଚମତ୍କାର ଗୀତ ପାଇଁ ଏ.ଆର ରେହମାନଙ୍କ ନାମ ବେଶ ଜଣାଶୁଣା। ଏହି ସମୟରେ ଗାୟକଙ୍କ ବିଷୟରେ ଏକ ବଡ ଖବର ବାହାରକୁ ଆସୁଛି। ରବିବାର ଏ.ଆର ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ ମ୍ୟୁଜିକ କନସର୍ଟ କରିଥିଲେ। କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ମ୍ୟୁଜିକ କନସର୍ଟକୁ ବନ୍ଦ କରି ଦେଇଥିଲା।
ଏପ୍ରିଲ ୩୦ରେ ରେହମାନ ପୁଣେର ରାଜ ବାହାଦୂର ମିଲ ଅଞ୍ଚଳରେ ଏକ ଲାଇଭ ମ୍ୟୁଜିକ କନସର୍ଟରେ ପରଫର୍ମ କରୁଥିଲେ। ଆଉ ରେହମାନଙ୍କ ଏହି ମ୍ୟୁଜିକ କନସର୍ଟରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ରେହମାନ ତାଙ୍କର ଯାଦୁକରୀ ସ୍ବରରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ, କିନ୍ତୁ ପରେ ରାଜ୍ୟ ପୋଲିସ ସେଠାରେ ପହଞ୍ଚି ଆର୍ ରେହମାନ ଏହି ଲାଇଭ ମ୍ୟୁଜିକ କନସର୍ଟକୁ ମଝିରୁ ବନ୍ଦ କରିଦେଇଥିଲା।
ମିଳିଥିବା ସୂଚନାନୁଯାୟୀ, ରାତି ୧୦ ଟା ପରେ ରେହମାନଙ୍କ ଏହି ମ୍ୟୁଜିକ କନସର୍ଟ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ଅନୁମତି ନିଆଯାଇନଥିଲା। ଯେଉଁଥିପାଇଁ ପୋଲିସ କର୍ମଚାରୀ ଏହାକୁ ଅଟକାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031