Indus Valley Times

ଅଧା ରହିଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଯୁବକଙ୍କ ଜୀବନ

 Breaking News

ଅଧା ରହିଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଯୁବକଙ୍କ ଜୀବନ

ଅଧା ରହିଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଯୁବକଙ୍କ ଜୀବନ
May 13
10:25 2023

ଯାଜପୁର,୧୩/୫ : କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।
ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର ଅଞ୍ଚଳ ସାହୁ (୨୬) ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ (୨୪) ।
ଏହି ୩ ସାଙ୍ଗ ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ମାଲତିରାରୁ ଏକ ବାଇକ୍ରେ ପୁରୀ ଯିବାକୁ ବାହାରିଥିଲେ। କିଛି ବାଟ ଯିବା ପରେ ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି କଡେଇ ଛକ ନିକଟରେ ପଡିଯାଇଥିଲା। ଫଳରେ ୩ ସାଙ୍ଗ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଆଉ ଉଠି ପାରି ନ ଥିଲେ। ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଖବର ପାଇ ବଡ଼ଚଣା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031