Indus Valley Times

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ଵିତୀୟ ସମୀକ୍ଷା ବୈଠକ

 Breaking News

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ଵିତୀୟ ସମୀକ୍ଷା ବୈଠକ

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ଵିତୀୟ ସମୀକ୍ଷା ବୈଠକ
January 09
18:51 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୯/୧/: ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ୱିତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ପୂର୍ବ ବୈଠକରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କାର୍ଯ୍ୟର ସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଆସନ୍ତା ଜାନୁଆରୀ ୧୧ ରୁ ୧୬ ତାରିଖ ପର‌୍ୟ୍ୟନ୍ତ ହେବାକୁ ଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶ ବିଦେଶରୁ ୧୭୦୦ରୁ ଊର୍ଦ୍ଧ୍ବ ବୌଦ୍ଧ ସନ୍ନ୍ୟାସୀ, ଧର୍ମାବଲମ୍ବୀମାନେ ଯୋଗ ଦେବା ସହ ଉଦୟଗିରି, ରତ୍ନଗିରି, ଲଳିତଗିରି ଆଦି ବୌଦ୍ଧ କୀର୍ତ୍ତିରାଜିମାନ ପରିଦର୍ଶନ କରିବେ।
ଏହା ସହିତ ଆସୁଥିବା ପର‌୍ୟ୍ୟଟକମାନଙ୍କ ରହଣି, ସମ୍ମିଳନୀ ସ୍ଥଳ, ସିସିଟିଭି କ୍ୟାମେରା ଲଗେଇବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତାଗୁଡ଼ିକ ଆଲୋକୀକରଣ, ପରିମଳ ଓ ସ୍ବଚ୍ଛତା ବଜାୟ ରଖିବା, ନିଶା ଦ୍ରବ୍ୟ ବିକ୍ରି ଓ ସେବନ ଉପରେ କଟକଣା, ଭାରୀଯାନ ଯାତାୟାତ ଉପରେ ପ୍ରତିବନ୍ଧକ ଲଗେଇବା ନେଇ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକାରୀ ସଂସ୍ଥାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଉଦୟଗିରି ସ୍ଥିତ ମଝିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ଅଧିକାରୀ, ଗୋପାଳପୁର ପଞ୍ଚାୟତର ସରପଞ୍ଚ, ସ୍ଥାନୀୟ ବୌଦ୍ଧ ମହୋତ୍ସବ ସମିତିର କର୍ମକର୍ତ୍ତା ଏବଂ ବହୁ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031