Indus Valley Times

ଅନ୍ ଲାଇନ୍ ଗେମରୁ ପ୍ରେମ: ଓ଼ଡ଼ିଆ ଝିଅକୁ ଫସାଇ ଦେଲା କାଶ୍ମୀର ଯୁବକ, ଧର୍ମ ପରିବର୍ତ୍ତନ ପାଇଁ କରୁଥିଲା ବାଧ୍ୟ

 Breaking News

ଅନ୍ ଲାଇନ୍ ଗେମରୁ ପ୍ରେମ: ଓ଼ଡ଼ିଆ ଝିଅକୁ ଫସାଇ ଦେଲା କାଶ୍ମୀର ଯୁବକ, ଧର୍ମ ପରିବର୍ତ୍ତନ ପାଇଁ କରୁଥିଲା ବାଧ୍ୟ

November 08
17:32 2024

ଭୁବନେଶ୍ୱର, ୮/୧୧ : ଭୁବନେଶ୍ୱରରେ ଲଭ୍ ଜିହାଦ୍‌! ଧରାପଡ଼ିଲେ କଶ୍ମୀର ଯୁବକ। ଅଭିଯୁକ୍ତ କଶ୍ମୀର ଯୁବକକୁ କଟକରେ ପୁଲିସ୍ ଅଟକ ରଖିଛି। ଅନ୍‌ଲାଇନ୍ ଗେମ୍‌ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ। ଜଗତସିଂହପୁରର ଯୁବତୀଙ୍କୁ ନେବା ପାଇଁ ଆସିଲା ବେଳେ ମାଡ଼ି ବସିଲା ପୁଲିସ୍‌।
ଫ୍ରି ଫାୟାର୍ ଗେମ୍ ଖେଳୁଥିବା ବେଳେ ରୀମା(ଛଦ୍ମନାମ) ୨୦୨୨ ମସିହାରେ ସମୀରଙ୍କ ସଂସ୍ପର୍ଶରେ ଆସିଥିଲେ। ସମୀରଙ୍କ ଘର ବିହାରରେ ହୋଇଥିବା କଶ୍ମୀରରେ ଚାକିରି କରୁଛନ୍ତି। ସେ ନିଜର ତଥ୍ୟକୁ ଗୋପନ ରଖିଥିଲେ। ସେ ହିନ୍ଦୁ ବୋଲି ରୀମାଙ୍କୁ ପରିଚୟ ଦେଇଥିଲେ। ତେଣୁ ଉଭୟ ଫୋନ୍ ନମ୍ୱର ଦିଆ ନିଆ ହୋଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ଲଭ୍ ଗେମ୍‌। ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟ ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍‌ରେ ଭାବ ଦିଆନିଆ ହେଉଥିଲେ। ଅଭିଯୋଗ ଅନୁସାରେ ରୀମାଙ୍କୁ ଦେଖା କରିବା ପାଇଁ ସମୀର ଅନେକ ବାର ଓଡ଼ିଶା ଆସିଥିଲେ।
ଶେଷ ଥର ପାଇଁ ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିଲେ। ପୁରୀରେ ରୀମାଙ୍କୁ ଦେଖା କରିଥିଲେ। ହୋଟେଲ୍‌ରେ ଗୋଟିଏ ରୁମ୍‌ରେ ରହିଥିଲେ। ସେହି ସମୟରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ରୀମା ଜାଣିବାକୁ ପାଇଥିଲେ। ସେ ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲେ ରୀମା। ତେଣୁ ତାଙ୍କଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସମୀର ତାଙ୍କୁ ହୋଟେଲ୍ ରୁମ୍‌ରୁ ଛାଡ଼ି ନଥିଲେ।
ଅଭିଯୋଗ ଅନୁସାରେ ସମୀର କୁଆଡେ ବଳପୂର୍ବକ ରୀମାଙ୍କ ସହିତ ହୋଟେଲ୍ ରୁମ୍‌ରେ ଶାରୀରିକ ସମ୍ପର୍କ ରଖିଥିଲେ। ରୀମା ପ୍ରତିବାଦ କରିଥିଲେ। ବଡ଼ ପାଟିରେ ଚିତ୍କାର କରିବାକୁ ଚେଷ୍ଟା କରିଥିଲେ। ହେଲେ ରୀମାଙ୍କ ପାଟିକୁ ବନ୍ଦ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସମୀର। ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ମାତ୍ର ରୀମା ରାଜି ନହେବାରୁ ସମୀର ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ନିଜ ବ୍ୟାଗରୁ ଛୁରୀ ବାହାର କରି ଭୟଭୀତ କରାଇଥିଲା। ଆଉ ଶୁଟିଂ କରିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ। ହେଲେ ରୀମା କୌଶଳ କରି ହୋଟେଲ୍ ପଳାଇ ଆସିଥିଲେ। ଘରକୁ ପଳାଇ ଯାଇଥିଲେ।
ଲୋକ ଲଜ୍ଜା ଭୟରେ ରୀମା ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ଚୁପ୍ ଚାପ୍ ରହିଥିଲେ। ସେପଟେ କିନ୍ତୁ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ସମୀର। ଫୋନ୍ କରି ରୀମାଙ୍କୁ ବିବାହ କରିବା ପାଇଁ ଅଡି ବସିଥିଲେ। ହେଲେ ରୀମା ରାଜି ନହେବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍ କରିଦେଇଥିଲେ ସମୀର। ଏଥିସହ ରୀମାଙ୍କ ବାପାଙ୍କ ପାଖକୁ ଭିଡିଓ ପଠାଇ ଥିଲେ। ବାବାହ କରାଇ ଦେବା ପାଇଁ କହିଥିଲେ। ୫ ଲକ୍ଷ ଟଙ୍କା ନଦେଲେ ପର୍ଣ୍ଣ ସାଇଟ୍‌ରେ ଭିଡିଓ ଅପ୍‌ଲୋଡ୍ କରିଦେବ ବୋଲି ଧମକ ଦେଇଥିଲା। ଝିଅର ଭିଡିଓ ଦେଖି ରୀମା ବାପାଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା।
ଲୋକ ଲଜ୍ଜା ଭୟରେ ସମୀରଙ୍କ ସବୁ କଥା ସ୍ୱୀକାର କରିଥିଲେ ରୀମାଙ୍କ ପରିବାର ଲୋକ। ଏପରିକି ବିବାହ କରିବା ପାଇଁ ରାଜି ହୋଇଥିଲେ। ବିବାହ ନେଇ ପ୍ରେମିକାଙ୍କଠାରୁ ସିଗ୍‌ନାଲ ପାଇବା ପରେ ସମୀର କଶ୍ମୀରରୁ ଓଡ଼ିଶା ଆସୁଥିଲେ। ସମୀରଙ୍କ ପ୍ରତ୍ୟେକ ମୋମେଣ୍ଟକୁ ଟ୍ରକ୍ କରୁଥିଲେ ରୀମା। ଅନ୍ୟପକ୍ଷରେ ସମୀରଙ୍କ ପ୍ରେମ ଜାଲରୁ ମୁକୁଳିବା ପାଇଁ ଜଣେ ଆଇନ୍‌ଜୀବୀଙ୍କ ସହଯୋଗ ଲୋଡିଥିଲେ ରୀମା। ଆଇନ୍‌ଜୀବୀଙ୍କ ପରାମର୍ଶରେ ପୀଡ଼ିତା ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳା ଥାନା ଅଧିକାରୀଙ୍କ ପରାମର୍ଶରେ କମିଶନରେଟ୍ ପୁଲିସ୍ ସମୀରଙ୍କୁ କଟକରେ ମାଡ଼ ବସିଛି। ପୁଲିସ୍ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930